ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିପାରେ ଇରାନ, ଆମେରିକାର ଦାବି

ଇରାନ ,୩।୧୦: ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଇରାନ ପରମାଣୁ ଅସ୍ତ୍ର ତିଆରି କରିପାରେ। ଆମେରିକା ଏହା ଦାବି କରିଛି। ଆମେରିକାର କହିବାନୁସାରେ, ଦୁଇ ସପ୍ତାହ ମଧ୍ୟରେ ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ କରିବା ପାଇଁ ଇରାନର ଯଥେଷ୍ଟ ସାମଗ୍ରୀ ଅଛି । ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଷ୍ଟ୍ରାଟେଜୀ ଫର କାଉଣ୍ଟରିଙ୍ଗ୍‌ ଉଇପନ୍ସ ଅଫ୍‌ ମାସ ଡେସ୍ଟକ୍ସନ ରିପୋର୍ଟ ୨୦୨୩ରେ ଏହି ଆଶ୍ଚର୍ଯ୍ୟଜନକ ଦାବି କରିଛି।

ରିପୋର୍ଟ ଅନୁଯାୟୀ, ଥରାନ ପାଖରେ ରେକର୍ଡ ସମୟରେ ଅସ୍ତ୍ରଶସ୍ତ୍ର ତିଆରି ପାଇଁ ଆବଶ୍ୟକ ଭିତ୍ତିଭୂମି ଏବଂ ବୈଷୟିକ ଜ୍ଞାନ ଅଛି। ଏଥିସହ ଇରାନ ପରିମାଣୁ କାର୍ଯ୍ୟକ୍ରମ ସହ ଜଡିତ ସୂଚନା ଦେଉନାହିଁ। ଆହୁରି ମଧ୍ୟ, ଇରାନର ୟୁରାନିୟମ ଉତ୍ପାଦନ ପରମାଣୁ ଅସ୍ତ୍ର ତିଆରି ସ୍ତରରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ଇରାନ ପରମାଣୁ ଅସ୍ତ୍ର ତିଆରିରେ ବ୍ୟବହୃତ ସାମଗ୍ରୀକୁ ଖୁବ କମ ସମୟ ମଧ୍ୟରେ ଉତ୍ପାଦନ କରିପାରିବ।

Share