ବିବିସି ଡକ୍ୟୁମେଣ୍ଟାରି ନେଇ ମନ୍ତବ୍ୟ ଦେଲା ଆମେରିକା…

ଓ୍ବାଶିଂଟନ,୨୬।୧ : ବିବିସି ଡକ୍ୟୁମେଣ୍ଟାରିକୁ ନେଇ ବିବାଦ ମଧ୍ୟରେ ଆମେରିକାର ବୈଦେଶିକ ବିଭାଗର ବିବୃତ୍ତି ସାମ୍ନାକୁ ଆସିଛି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ ଆମେ ବିଶ୍ୱରେ ମୁକ୍ତ ଗଣମାଧ୍ୟମକୁ ସମର୍ଥନ କରୁଛୁ ଏବଂ ଗଣତନ୍ତ୍ରକୁ ଦୃଢ଼ କରୁଥିବା ନୀତିର ମହତ୍ତ୍ୱ ବୁଝିପାରୁଛୁ।

ନେଡ ପ୍ରାଇସ ଆମେରିକା ଏବଂ ଭାରତ ମଧ୍ୟରେ କୂଟନୈତିକ ସମ୍ପର୍କକୁ ବର୍ଣ୍ଣନା କରିଛନ୍ତି ଏବଂ ଭାରତର ଗଣତନ୍ତ୍ରକୁ ଏକ ଜୀବନ୍ତ ଉଦାହରଣ ବୋଲି କହିଛନ୍ତି। ଆମକୁ ଏକତ୍ର ବାନ୍ଧୁଥିବା ସମସ୍ତ ଜିନିଷକୁ ଆମେ ଦେଖୁ ଏବଂ ସେହି ସମସ୍ତ ଉପାଦାନକୁ ଦୃଢ଼ କରିବାକୁ ଆମେ ଆଶା କରୁଛୁ ଯାହା ଆମକୁ ଏକତ୍ର ବାନ୍ଧି ରଖିବ। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଆମେରିକାର ଭାରତ ସହ ସହଭାଗୀତା ଅତ୍ୟନ୍ତ ଗଭୀର ଅଟେ ଏବଂ ଦୁଇ ରାଷ୍ଟ୍ର ମୂଲ୍ୟବୋଧ ବାଣ୍ଟିଛନ୍ତି ଯାହା ଆମେରିକାର ଗଣତନ୍ତ୍ର ଏବଂ ଭାରତୀୟ ଗଣତନ୍ତ୍ର ପାଇଁ ଉପଯୋଗୀ।

Share