ସର୍ବ ସମ୍ମୁଖରେ ଫାଶୀକୁ ନିନ୍ଦା କଲା ଆମେରିକା…

କାବୁଲ/ଓ୍ବାଶିଂଟନ,୮।୧୨ : ଆମେରିକା ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ସମାଲୋଚନା କରିଛି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆଫଗାନିସ୍ତାନରେ ଘଟୁଥିବା ବିଭିନ୍ନ ଘଟଣାଗୁଡ଼ିକ ଦର୍ଶାଉଛି ଯେ ତାଲିବାନ ୧୯୯୦ ଦଶକର ପୁରୁଣା ଅଭ୍ୟାସକୁ ଫେରିବାକୁ ଚାହୁଁଛି।

ତାଲିବାନ ବିଚାରପତିମାନଙ୍କୁ ଶରିୟା ଆଇନ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି। ଏଥିରେ ସର୍ବ ସମ୍ମୁଖରେ ଫାଶୀ ଏବଂ ଚାବୂକ ମାଡ଼ ଆଦି ରହିଛି।

ଅନଲାଇନରେ ପ୍ରସାରିତ ଏକ ଭିଡିଓ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଏହା ସମସ୍ତ ଆଫଗାନିସ୍ତାନ ନାଗରିକଙ୍କ ସମ୍ମାନ ଏବଂ ମାନବିକ ଅଧିକାରର ଉଲ୍ଲଂଘନ ଅଟେ। ତାଲିବାନ ସରକାର ନିଜର ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବା ଏହା ସ୍ପଷ୍ଟ ଭାବେ ଜଣାପଡିଛି।

Share