ଆମେରିକାବାସୀଙ୍କୁ ଡରାଉଛି କରୋନା, ମୃତ୍ୟୁ ସଂଖ୍ୟା ୯ ଲକ୍ଷ ଉପରେ

ୱାଶିଂଟନ,୫ ।୨: କରୋନା ମହାମାରୀରେ ସାରା ବିଶ୍ୱ ଛଟପଟ ହେଉଥିବା ବେଳେ ଏବେ କିନ୍ତୁ ଆମେରିକାର ମୃତ୍ୟୁ ସଂଖ୍ୟା ଭୟଙ୍କର ରୂପ ନେଇଛି । ଏବେ ପର୍ଯ୍ୟନ୍ତ ଆମେରିକାରେ କରୋନା ମହାମାରୀରେ ୯ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଜନ ହପକିନ୍ସ ୟୁନିଭର୍ସିଟିର କରୋନା ଭାଇରସ ଟ୍ରାକର ଅନୁଯାୟୀ, ଶୁକ୍ରବାର କରୋନା ମହାମାରୀ ଯୋଗୁ ଆମେରିକାରେ ୯ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି । ଦେଢ ମାସ ପୂର୍ବରୁ ଅର୍ଥାତ୍ ଡିସେମ୍ବର ମଧ୍ୟ ଭାଗରେ ୮ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏତିକି କମ୍ ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ସୂଚନାଯୋଗ୍ୟ, ଦେଶରେ ଓମିକ୍ରନ ସଂକ୍ରମଣ ସଂଖ୍ୟା କମ୍ ହେଉଥିଲେ ବି ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗି ପାରୁନାହିଁ । ପ୍ରତିଦିନ କରୋନା ମହାମାରୀରେ ଆମେରିକାରେ ୨ହଜାର ୪ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି ।

Share