କେଣ୍ଟୁକି ବ୍ୟାଙ୍କ ଫାୟରିଂ ସମୟରେ ୯୧୧କୁ କଲ କରି ଲୋକେ ବଖାଣିଥିଲେ ଭୟ, ଗୁଳିକାଣ୍ଡରେ ୫ ମୃତ

ଲୁଇସଭିଲେ,୧୩।୪: ଆମେରିକାର ଟେକ୍ସାସ ଅଞ୍ଚଳରେ ଲୁଇସଭିଲେ ସହରରେ ଥିବା ଏକ ବ୍ୟାଙ୍କ ବିଲଡିଂରେ ମଙ୍ଗଳବାର ହୋଇଥିବା ଗୁଳିକାଣ୍ଡରେ କେତେଜଣ ହତାହତ ହୋଇଛନ୍ତି। ହଠାତ୍‌ କେତେଜଣ ଆକ୍ରମଣକାରୀ ବ୍ୟାଙ୍କ ଭିତରକୁ ପସି ଯାଇଥିଲେ ଓ ଆଖିବୁଜା ଗୁଳି ଚଳାଇଥିଲେ । ଏହି ଗୁଳିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୮ ଆହତ ହୋଇଥିଲେ।

ଲୁଇସଭିଲେ ପୋଲିସର ସୂଚନା ଅନୁଯାୟୀ, ପ୍ରତ୍ୟେକ୍ଷଦର୍ଶୀ ଏକ ବ୍ୟାଙ୍କରେ ବଡ ଧରଣର ଗୁଳିକାଣ୍ଡର ସୂଚନା ଦେଇଥିଲେ। ଯେଉଁମାନଙ୍କ ମଧ୍ୟରେ ଜଣେ ମହିଳା ସାମିଲ ଥିଲେ। ଏକ ଭର୍ଚୁଆଲ ବୈଠକ ସମୟରେ ସେ ସୁଟରକୁ ଦେଖିଥିବା କହିଥିଲେ। ସେ ୯୧୧କୁ କଲ କରି କହିଥିଲେ ତାଙ୍କ ପୁଅ ଏବେ ବନ୍ଧୁକଧାରୀଙ୍କ କବଜାରେ ରହିଛନ୍ତି।

Share