ଚିଲି-ବୋଲିଭିଆ ସୀମାରେ ଭୂକମ୍ପ ଝଟକା

ଓ୍ବାଶିଂଟନ୍‌,୧୨।୯: ଦକ୍ଷିଣ ଆମେରିକା ମହାଦ୍ୱୀପରେ ମଙ୍ଗଳବାର ଚିଲି-ବୋଲିଭିଆ ସୀମା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ୫.୫ ରେକର୍ଡ କରାଯାଇଛି। ଜର୍ମାନ ରିସର୍ଚ ସେଣ୍ଟର ଫର ଜିଓ ସାଇନ୍ସ ଅନୁଯାୟୀ, ୧୦୪ କିଲୋମିଟର (୬୪.୬୨ମାଇଲ) ଗଭୀରରେ ଏହି ଭୂକମ୍ପ ଘଟିଛି। ବର୍ତ୍ତମାନ କୌଣସି ପ୍ରକାରର କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ।

 

Share