ଭାରତ ଯାତ୍ରା ସମୟରେ ଥିବା କୋଭିଡ ନିୟମକୁ କୋହଳ କଲା ଆମେରିକା

ୱାଶିଂଟନ/ନୂଆଦିଲ୍ଲୀ,୨୯ ।୩: ୟୁଏସ୍ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରୋବେଶନ(ସିଡିସି) ସୋମବାର ଭାରତ ପାଇଁ ତା’ର କୋଭିଡ ୧୯ ଯାତ୍ରା ଆଡଭାଇଜରୀ ସ୍ତର ୩(ହାଇ ରିସ୍କ)ସ୍ତର ୧(ଲୋ ରିସ୍କ)କୁ ବଦଳାଇ ଦେଇଛି । ସିଡିସି ତା’ର ପରାମର୍ଶରେ କହିଛି ଯେ ଭାରତ ପାଇଁ ଆମେରିକା ତା’ର କୋଭିଡ ୧୯ ଯାତ୍ରା ନିୟମକୁ ସ୍ତର ୩ରୁ ସ୍ତର ୧ କୁ ବଦଳାଇ ଦେଇଛି ।
ଆମେରିକା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, : କୋଭିଡ ୧୯ କାରଣରୁ ୟୁଏସ୍ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରୋବେଶନ(ସିଡିସି) ସ୍ତର ୧ ଯାତ୍ରା ସମ୍ପର୍କିତ ସ୍ୱାସ୍ଥ୍ୟ ବିଜ୍ଞପ୍ତି ଜାରି କରିଛି । ଯାହା ଦେଶରେ କୋଭିଡ ୧୯ ସଂକ୍ରମଣର ନିମ୍ନ ସ୍ତରକୁ ସୂଚାଉଛି । ଯେଉଁମାନେ ସମ୍ପୂର୍ଣ୍ଣ ଟିକା ନେଇ ସାରିଛନ୍ତି ସେମାନଙ୍କ ନିକଟର କାଭିଡ ୧୯ର ଭୟଙ୍କର ଲକ୍ଷଣ ବିକଶିତ ହେବାର ଆଶଙ୍କା କମ୍ ରହିଛି । ବିବୃତ୍ତିରେ କୁହାଯାଇଛି କି କୌଣସି ଅନ୍ତର୍ଜାତୀୟ ଭ୍ରମଣ କରିବା ପୂର୍ବରୁ ଦୟାକରି ଟିକାକରଣ ଓ ଟିକାକୃତ ଯାତ୍ରୀଙ୍କ ପାଇଁ ସିଡିସିର ନିର୍ଦ୍ଦିଷ୍ଟ ସୁପାରିସକୁ ସମୀକ୍ଷା କରନ୍ତୁ । ଯେଉଁମାନେ ଭାରତ ଭ୍ରମଣ କରୁଛନ୍ତି ସେମାନଙ୍କ ପାଇଁ ଗୁରୁତ୍ୱତ୍ପୂର୍ଣ୍ଣ ସୂଚନା ପ୍ରଦାନ କରି ସିଡିସି କହିଛି ଭାରତ ଭ୍ରମଣ କରିବା ପୂର୍ବରୁ ସୁନିଶ୍ଚିତ କରନ୍ତୁ ଯେ ଆପଣ ଟିକା ନେଇଛନ୍ତି ଓ ଟିକା ସମ୍ପକରେ ଅପଟୁ ଡେଟ ଅଛନ୍ତି ।

Share