ହଲିଉଡ ଫିଲ୍ମ ‘ଇଣ୍ଟରଷ୍ଟେଲାର’ ଠାରୁ କମ୍‌ ଚନ୍ଦ୍ରାୟାନ ୩ର ବଜେଟ୍‌, ପ୍ରତିକ୍ରିୟା ଦେଲେ ମସ୍କ

ନୂଆଦିଲ୍ଲୀ,୨୪।୮:ଚନ୍ଦ୍ରପୃଷ୍ଠରେ ଚହଳ ପକାଇଛି ଚନ୍ଦ୍ରାୟାନ ୩। ଏନେଇ ୧୪୦କୋଟି ଭାରତୀୟ ଗର୍ବିତ। ବିଶ୍ୱରେ ଭାରତର ଚନ୍ଦ୍ରୟାନ ୩ ଇତିହାସ ରଚିଛି। ବିଶ୍ୱରେ ପ୍ରଥମ ଦେଶ ଭାବେ ଦକ୍ଷିଣ ମେରୁରେ ବିକ୍ରମକୁ ଲ୍ୟାଣ୍ଡ କରି ଆମେ ଚନ୍ଦ୍ରରେ ନିଜ ନାଁ ଲେଖିଛୁ। ତେବେ ଏହି ସମୟରେ ଏକ ଟୁଇଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କୁହାଯାଇଛି ଯେ ଚନ୍ଦ୍ରୟାନ ୩ର ବଜେଟ ହଲିଉଡର ଖ୍ରୀଷ୍ଟୋଫର ନୋଲାନଙ୍କ ବିଜ୍ଞାନ-କଳ୍ପନା ଭିତ୍ତିକ ଫିଲ୍ମ ‘ଇଣ୍ଟରଷ୍ଟେଲାର’ର ବଜେଟ୍‌ ଠାରୁ କମ। ଏହି ଟୁଇଟ ଭାଇରାଲ ହେବା ପରେ ଟେସଲା ଏବଂ ଏକ୍ସର ମୁଖ୍ୟ ତଥା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ ରିପ୍ଲାଏ ଦେଇଛନ୍ତ, ଏହି ମିଶନ ଭାରତ ପାଇଁ ଭଲ।

ଏକ୍ସ(ପୂର୍ବ ଟ୍ବିଟର)ରେ ନ୍ୟୁଜ ଥିଙ୍କ୍‌ ନାମକ ଆଇଡି ଏକ ପୋଷ୍ଟ କରିଛି। ପୋଷ୍ଟରେ ଲେଖାଯାଇଛି, ‘ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଚନ୍ଦ୍ରୟାନ ୩ ୭୫ ମିଲିୟନ ଡଲାର ବଜେଟ ହୋଇଥିବାବେଳେ ହଲିଉଡ ଚଳଚ୍ଚିତ୍ର ଇଣ୍ଟରଷ୍ଟେଲର୍‌ ୧୬୫ ମିଲିୟନ ଡଲାର। ଏଲୋନ ମସ୍କ ମଧ୍ୟ ଏହି ଟୁଇଟ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୩ରେ ଭାରତର ମାର୍ସ ମିଶନର ଗଗନୟାନର ବଜେଟ ମଧ୍ୟ ହଲିଉଡ ଚଳଚ୍ଚିତ୍ର ‘ଗ୍ରେଭିଟି’ ଠାରୁ ବହୁତ କମ ଥିଲା। ଫିଲ୍ମର ବଜେଟ ୬୪୪କୋଟି ଥିବାବେଳେ ଗଗନାୟାନର ବଜେଟ ମାତ୍ର ୪୭୦ କୋଟି ଥିଲା।

Share