ଓ୍ବାଶିଂଟନ,୫।୧ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସମେତ ବିଶ୍ୱର ଅନେକ ଦେଶଚାଇନାର କରୋନା ନିୟନ୍ତ୍ରଣ ରଣନୀତି ନେଇ ଚିନ୍ତିତ ଅଛନ୍ତି। ଚାଇନା ଯେପରି କରୋନା ତଥ୍ୟ ଲୁଚାଉଛି, ସେନେଇ ପଡୋଶୀ ଦେଶମାନେ ସଜାଗ ହୋଇସାରିଛନ୍ତି। ଆମେରିକା ଏକ୍ଷେତ୍ରାୀ ଅଧିକ ସତର୍କ ଦେଖାଯାଉଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବିବୃତ୍ତି ଜାରି କରିଛନ୍ତି ଏବଂ ଚାଇନାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।
ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତରରେ ବାଇଡେନ କହିଛନ୍ତି ଯେ ହଁ, ଚାଇନାର କରୋନା ନିୟନ୍ତ୍ରଣ ରଣନୀତି ନେଇ ମୁଁ ଚିନ୍ତିତ। ଚାଇନା ଏହି ଘଟଣାର ଗମ୍ଭୀରତାକୁ ବୁଝି ପାରୁନାହିଁ। ସେଥିପାଇଁ ଚାଇନାରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଭାରତ, ଆମେରିକା ସମେତ ଅନେକ ଦେଶ କରୋନ ପରୀକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି। ଅର୍ଥାତ ଚାଇନାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ୭୨ ଘଣ୍ଟା ମଧ୍ୟରେ କରୋନା ନେଗେଟିଭ୍ ରିପୋର୍ଟ ସହିତ ଆରଟିପିସିଆର ପରୀକ୍ଷା ଦେବାକୁ ପଡିବ ।
ରାଷ୍ଟ୍ରପତି ବାଇଡେନ କହିଛନ୍ତି ଯେ କରୋନା ମହାମାରୀ ଦୃଷ୍ଟିରୁ ଚାଇନା ବର୍ତ୍ତମାନ ଏକ ସମ୍ବେଦନଶୀଳ ଦେଶ। ଏକ୍ଷେତ୍ରରେ ଚାଇନ ସ୍ବଚ୍ଛତା ଅବଲମ୍ବନ କରିବା ଉଚିତ। ଚାଇନା ନିଜର ଲାଭ ପାଇଁ ମହାମାରୀକୁ ଅଣଦେଖା କରୁଛି। ଦେଶରେ ପରୀକ୍ଷା ବୃଦ୍ଧି କରିବା ଜରୁରୀ ଯାହା ଦ୍ୱାରା ସଠିକ ଆକଳନ ପ୍ରକାଶ ପାଇବ।