ପାକିସ୍ତାନକୁ ସହାୟତାର ହାତ ବଢ଼ାଇଲା ଆମେରିକା, କହିଲା ଯେତେ ଚାହିଁବ ଦିଆଯିବ ସେତେ ସାହାଯ୍ୟ…

ଓ୍ବାଶିଂଟନ,୧୯।୧ : ଏକ ଗୁରୁତର ଅର୍ଥନୈତିକ ସଙ୍କଟରେ ଫସି ରହିଥିବା ପାକିସ୍ତାନ ଏହାର ପୁରୁଣା ସହଯୋଗୀ ଆମେରିକାର ସମର୍ଥନ ପାଇଛି। ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଦ୍ରୁତ ଗତିରେ ହ୍ରାସ ପାଉଛି। ଏହି ସମୟରେ ଆମେରିକା ସରକାରଙ୍କ ମୁଖପାତ୍ର ନେଡ ପ୍ରାଇସ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ ପାକିସ୍ତାନ ଆର୍ଥିକ ଦୃଷ୍ଟିରୁ ନିର୍ଭରଶୀଳ ହେଉ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ୪.୩ ବିଲିୟନ ଡ଼ଲାରକୁ ଖସି ଆସିଛି। ଯାହା ଦ୍ୱାରା ଏହା କେବଳ ତିନି ସପ୍ତାହ ରପ୍ତାନି କରିପାରିବ। ଏଭଳି ପରିସ୍ଥିତିରେ ଯଦି ପାକିସ୍ତାନ ଶୀଘ୍ର ସାହାଯ୍ୟ ନ ପାଏ, ତା’ହେଲେ ଏହାର ଅର୍ଥନୀତି ଖରାପ ହୋଇପାରେ।

ଆମେରିକାର ସରକାରୀ ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ ପାକିସ୍ତାନର ଅର୍ଥନୈତିକ ସଙ୍କଟ ଏକ ଆହ୍ବାନ । ପାକିସ୍ତାନ ଆଇଏମଏଫ ଏବଂ ଅନ୍ତର୍ଜାତୀୟ ଅର୍ଥନୈତିକ ଅନୁଷ୍ଠାନ ସହ ଆଲୋଚନା କରୁଛି। ସେହି ଆଲୋଚନା ଚାଲିଛି ଏବଂ ଆମେ ଆମର ପାକିସ୍ତାନୀ ସହଭାଗୀମାନଙ୍କୁ ମଧ୍ୟ ଯଥା ସମ୍ଭବ ସାହାଯ୍ୟ କରିବୁ। ପାକିସ୍ତାନ ଯେତେ ଚାହିଁବ ସେତେ ସାହାଯ୍ୟ ଦିଆଯିବ ।

Share