ୟୁକ୍ରେନକୁ ସହଯୋଗର ହାତ ବଢାଇଲା ଆମରିକା,୨୦୦ ମିଲିୟନ ଡଲାର ସେନା ସହାୟତା ଦେବାକୁ ଘୋଷଣା

ଓ୍ବାଶିଂଟନ,୮।୮: ଆମେରିକା ଅଧିକାରୀମାନେ ନ୍ୟୁଜ ଏଜେନ୍ସି ରୟଟର୍ସକୁ କହିଛନ୍ତି କି ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ମଙ୍ଗଳବାର ଖୁବଶୀଘ୍ର ୟୁକ୍ରେନ ପାଇଁ ୨୦୦ ମିଲିୟନ ଡଲାରର ନୂଆ ସେନା ସହାୟତା ଘୋଷଣା କରିବ। ଦୁଇ ଆମେରିକୀୟ ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି। ୟୁକ୍ରେନ ଏପରି ଅସ୍ତ୍ରଶସ୍ତ୍ର ଆବଶ୍ୟକ କରୁଛି ଯାହା ରୁଷିଆର ଆକ୍ରମଣକୁ ରୋକିବା ପାଇଁ ଦରକାର ହେବ ଓ ଏହା କିଛିଦିନ କିମ୍ବା କିଛି ସପ୍ତାହ ମଧ୍ୟରେ ଆମେରିକାର ଷ୍ଟକରୁ ପଠାଯାଇପାରିବ। ଆମେରିକାର ଅଧିକାରୀମାନେ କହିଛନ୍ତି ଯେ ୱାଶିଂଟନ ବର୍ତ୍ତମାନ କ୍ୱିଭକୁ ସହାୟତା ଜାରି ରଖିବାକୁ ଏକ ପୂର୍ବ ବଜେଟ ଅନୁରୋଧ ଉପରେ କାର୍ଯ୍ୟ କରୁଛି।
ଅଧିକାରୀମାନେ କହିଛନ୍ତି ଯେ ମଙ୍ଗଳବାର ଘୋଷଣା ହେବାର ଆଶା କରାଯାଉଥିବା ୨୦୦ମିଲିୟନ ଡଲାର ପୂର୍ବରୁ ପେସିଡେଣ୍ଟସିଆଲ ଡ୍ରଡାଉନ ଅଥରିଟି (ପିଡିଏ) ଦ୍ୱାରା ଅନୁମୋଦିତ ୬.୨ ବିଲିୟନ ଡ଼ଲାରର ପ୍ରଥମ କିସ୍ତି ହେବ।

Share