ଆମେରିକାର ୧୩ ରାଜ୍ୟର ୮୫ ଅଞ୍ଚଳରେ ନିଆଁ

ୱାଶିଂଟନ,୨୬ ।୭: ଆମେରିକାରେ ଗୋଟିଏ ପରେ ଗୋଟିଏ ବିପଦ ଲୋକଙ୍କ ସାଧାରଣ ଜୀବନକୁ ବେଶ୍ ପ୍ରଭାବିତ କରିଛି । କରୋନା ମହାମାରୀ, ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ କିଛି ଅଞ୍ଚଳରେ ମରୁଡି ଭଳି ପରିସ୍ଥିତି ଉପୁଜିବା ପରେ ଏବେ ପ୍ରାୟ ୧୩ଟି ରାଜ୍ୟର ୮୫ ଅଞ୍ଚଳରେ ନିଆଁ ଲାଗି ପାଖାପାଖି ୧୪ ଲକ୍ଷ ଏକର ଜମି କ୍ଷତିଗ୍ରସ୍ତ ହୋଇଛି । ଆମେରିକା ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ ଓରେଗନ ରାଜ୍ୟରେ ନିଆଁ ଭୟଙ୍କର ରୂପ ନେଇଛି । ଏହା ବେଳକୁ ବେଳ ଜନବସତି ଆଡକୁ ମାଡି ଯାଇଛି । ଗତ ପ୍ରାୟ ୩ ଦିନ ମଧ୍ୟରେ ପାଖାପାଖି ୧୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାସ୍ତର କରାଯାଇଛି । ଦୁଇ ହଜାରରୁ ଅଧିକ ଫାୟାର ଫାଇଟର୍ସ ନିଆଁ ଲିଭାଇବା କାମରେ ଲାଗିଛନ୍ତି । ଇତିହାସରେ ଏହା ସବୁଠାରୁ ଭୟଙ୍କର ନିଆଁ ବୋଲି କୁହାଯାଉଛି । ନ୍ୟାଶନାଲ ଏମରଜେନ୍ସି ଫାୟାର ସେଣ୍ଟରର ସୂଚନା ଅନୁଯାୟୀ ଚଳିତ ବର୍ଷ ମୁଖ୍ୟତଃ ପଶ୍ଚିମ ରାଜ୍ୟରେ ନିଆଁ ଲାଗିଛି ।

Share