ଉତ୍ତର ଡାକୋଟାରେ ଗୁଳିକାଣ୍ଡ: ୩ ପୋଲିସ କର୍ମଚାରୀ ଆହତ, ଅଞ୍ଚଳ ସିଲ୍‌

ଓ୍ବାଶିଂଟନ,୧୫।୭: ଆମେରିକାର ଉତ୍ତର ଡାକୋଟା ରାଜ୍ୟରେ ଗୁଳିକାଣ୍ଡରେ ତିନିଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏନେଇ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ଫାର୍ଗୋ ସହରରେ ଏହି ଘଟଣା ଘଟିଛି।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ୯ମ ଆଭେନ୍ୟୁ ସାଉଥ ନିକଟ ୨୫ତମ ଷ୍ଟ୍ରିଟ ସାଉଥରେ ଟ୍ରାଫିକ ଧକ୍କା ହେବା ପରେ ଏହି ଗୁଳିକାଣ୍ଡ ହୋଇଛି। ଗୁଳକାଣ୍ଡ ପୂର୍ବରୁ ଘଟିଥିବା ଘଟଣା ସମ୍ପର୍କରେ ପୋଲିସ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ। ଗୁଳିକାଣ୍ଡ ଯୋଗୁ ଏହାର ଆଖପାଖ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଜନସାଧାରଣଙ୍କ ପାଇଁ କୌଣସି ବିପଦ ନାହିଁ ବୋଲି ଫାର୍ଗୋ ପୋଲିସ କହିଛି।

Share