ଆମେରିକାରେ ପୁଣି ଗୁଳକାଣ୍ଡ: ୪ ମୃତ, ଜଣେ ସନ୍ଦିଗ୍ଧ ଅଟକ

ଓ୍ବାଶିଂଟନ,୪।୭: ପୁଣି ଥରେ ଆମେରିକାରେ ଗୁଳକାଣ୍ଡ ଘଟଣା ସାମ୍ନାକୁ ଆସିଛି। ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ହୋଇଥିବା ଗୁଳକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି।

ଅଧିକାରୀ କହିଛନ୍ତ, ଫିଲାଡେଲଫିଆର କିଙ୍ଗସ୍ବିଙ୍ଗ ଅଞ୍ଚଳର ୱାରିଙ୍ଗଟନ ଏଭେନ୍ୟୁର ୫୭୦୦ବ୍ଲକ୍‌ରେ ଏହି ଗୁଳି ବିନିମୟ ହୋଇଛି। ଏଠାରେ ବୁଲେଟ ପ୍ରୁଫ ପୋଷାକ ପିନ୍ଧିଥିବା ଜଣେ ଭାରି ସଶସ୍ତ୍ର ବନ୍ଧୁକଧାରୀ ରାସ୍ତାରେ ଯିବାବେଳେ ଗୁଳି ଚଳାଇଥିଲେ। ଏଥିରେ ଆଠ ଜଣ ଆହତ ହୋଇଥିଲେ। ଏଥିମଧ୍ୟରେ ୨ ପିଲା ମଧ୍ୟ ସାମିଲ ଅଛନ୍ତି। ଆହତଙ୍କ ମଧ୍ୟରୁ ୬ ଜଣଙ୍କୁ ପେନ ପ୍ରେସବାଇରିଆନ ମେଡିକାଲ ଏବଂ ଦୁଇଜଣ ଫିଲାଡେଲଫିଆର ଶିଶୁ ଡାକ୍ତରଖାନାକୁ ନିଆଯାଇଛି। ଚିକିତ୍ସା ସମୟରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚାରିଜଣ ଚିକିତ୍ସିତ ହେଉଛନ୍ତି। ଅଧିକାରୀ କହିଛନ୍ତି ଯେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏଥିସହ ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି।

Share