ଜି-୨୦ ସମ୍ମଳନୀ: ଭାରତ ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି ଆମେରିକା ରାଷ୍ଟ୍ରପତି ହେଲେ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୪।୯: ରାଜଧାନୀ ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଜି-୨୦ ବୈଠକ। ସେପ୍ଟେମ୍ବର ୯ ଓ ୧୦ରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତିଙ୍କଠାରୁ ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଶ୍ୱର ଭିନ୍ନ ଭିନ୍ନ ଦେଶର ବହୁ ବଡ ବଡ ନେତା ସାମିଲ ହେବେ।ଏଥି ସହିତ ରଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ଅନେକ ନେତା ଏଥର ଶିଖର ସମ୍ମିଳନୀରେ ଯୋଗଦେବେ ନାହିଁ।
ଏହି ସମୟରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସୁଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସେପ୍ଟେମ୍ବର ୭ରେ ଦିଲ୍ଲୀରେ ପହଞ୍ଚିବେ। ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ ବାଇଡେନ କହିଛନ୍ତି ଯେ ସେ ଏହି ସପ୍ତାହରେ ଭାରତ ଗସ୍ତକୁ ଅପେକ୍ଷା କରିଛନ୍ତି କିନ୍ତୁ ଚାଇନା ପ୍ରତିପକ୍ଷ ସି ଜିନପିଙ୍ଗ ଦିଲ୍ଲୀରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ସେ ନିରାଶ ହୋଇଛନ୍ତି।

Share