ରୁଷିଆ ସେନାଙ୍କ ହୋସ ଉଡାଉଛି ଆମେରିକା ଅସ୍ତ୍ର

କ୍ୱିଭ,୮ ।୪: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି । ଉଭୟ ଦେଶ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ଏପଟେ ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକା ବାରମ୍ବାର ୟୁକ୍ରେନକୁ ସପୋର୍ଟ କରି ଆସୁଥିବା ବେଳେ ରୁଷିଆ ଉପରେ ନାନା ପ୍ରକାର ପ୍ରତିବନ୍ଧକ ଲଗାଇ ଚାଲିଛି । ତେବେ ଆମେରିକା ୟୁକ୍ରେନକୁ ସେନା ପଠାଇ ସହାୟତା କରୁନି ସତ ହେଲେ ଆମେରିକା ଯେଉଁ ହାଇଟେକ ଅସ୍ତ୍ର ୟୁକ୍ରେନକୁ ଯୋଗାଇ ଦେଉଛି ସେଥିରେ ରୁଷିଆ ସେନାଙ୍କ ହୋସ ଉଡିଗଲାଣି । ଏଥିମଧ୍ୟରୁ ଗୋଟିଏ ହେଉଛି ସ୍ୱିଚବ୍ଲେଡ ଡ୍ରୋନ୍ସ । ଏହାର ସହାୟତାରେ ୟୁକ୍ରେନ ସେନା ଶତ୍ରୁ ପକ୍ଷକୁ କଡା ଜବାବ ଦେଉଛନ୍ତି । ଏହିଭଳି ୧୦୦ଡ୍ରୋନ ଆମେରିକା ୟୁକ୍ରେନକୁ ଯୋଗାଇ ଦେଇଛି ।
ସ୍ୱିଚବ୍ଲେଡ ଡ୍ରୋନର ବିଶେଷତ୍ୱ ହେଉଛି ଏଥିରେ ଲାଗିଥିବା କ୍ୟାମେରା ଶତ୍ରୁଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଟ୍ରାକ କରିଥାଏ । ଜଙ୍ଗଲ, ପାହାଡ, ବିଲଡିଂ ସବୁଠି ଶତ୍ରୁଙ୍କୁ ଖୋଜି ବାହାର କରିଥାଏ । ଏହାସହ ଏହା ହିଟ୍ ହେବା ମାତ୍ରେ ବିସ୍ଫୋରଣ ହୋଇଥାଏ । ଏଥିରେ ଶତ୍ରୁକୁ ବଞ୍ଚିବାର କୌଣସି ସୁଯୋଗ ନ ଥାଏ । ଏହାକୁ ରିମୋଟରେ କଣ୍ଟ୍ରୋଲ କରାଯାଇଥାଏ । ଏହାର ଓଜନ ୨୩ କିଲୋଗ୍ରାମ ଓ ଏହା ୪୦ କିଲୋମିଟର ପର୍ଯ୍ୟନ୍ତ ଉଡିବାର କ୍ଷମତା ରଖିଥାଏ ଆଉ କମାଣ୍ଡ ମିଳିବା ପରେ ପରେ ଏହା ୧୮୫ କିଲୋମିଟର ପ୍ରତିଘଣ୍ଟା ବେଗରେ ଗତି କରିଥାଏ ।

Share