ପୁଣି ବିବାହ ସମାରୋହରେ ଦୁର୍ଘଟଣା: ନାତି ଉପରେ ଗୁଳି ଚଳାଇଲେ ବୃଦ୍ଧ

ନ୍ୟୁୟର୍କ,୫।୧୦: ବିବାହ ସମାରୋହରେ ପୁଣି ବଡ ଦୁର୍ଘଟଣା ଘଟିଛି। ନିକଟରେ ଟେକ୍ସାସର ନେବରାସ୍କାଠାରେ ବିବାହ ସମାରୋହରେ ଗୁଳିକାଣ୍ଡ ହୋଇଛି। ସମାରୋହରେ ଜଣେ ୬୨ ବର୍ଷ ବୟସ୍କ ବ୍ୟକ୍ତି ବିବାହ ଉତ୍ସବରେ ଆକାଶକୁ ଫାୟାରିଂ କରୁଥିଲେ। କିନ୍ତୁ ଗୁଳି ତାଙ୍କ ପାଖରେ ଠିଆ ହୋଇଥିବା ନାତିଙ୍କୁ ବାଜିଥିଲା। ଗୁଳି ବାଜିବା ପରେ ବିବାହ ହଲରେ ଉତ୍ତେଜନା ଦେଖାଦେଇଥିଲା।

୬୨ ବର୍ଷ ବୟସ୍କ ବୃଦ୍ଧ ମାଇକେଲ ଗାର୍ଡନର୍‌ ଆକାଶରେ ଗୁଳି ଚଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ବନ୍ଧୁକଟି ଖରାପ ଥିବାରୁ ଗୁଳି ତାଙ୍କ ୧୨ବର୍ଷର ନାତିଙ୍କ କାନ୍ଧରେ ବାଜିଥିଲା। ପରେ ତାଙ୍କୁ ଓମାହା ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ପୋଲିସ ଅଧିକାରୀ ବେନ ହୁଚିନ କହିଛନ୍ତି, ବନ୍ଧୁକଟି ପିଏଟା ୧୮୬୦ ସ୍ନୁବ ନୋଜ ରିଭଲଭର ଥିଲା। ଏହି ଘଟଣା ପରେ ଗାର୍ଡନରଙ୍କୁ ଗିରଫ କରାଯାଇଛିା।

Share