ଆମେରିକାରେ ବହୁ ପୂର୍ବରୁ ରହିଛି ବନ୍ଧୁକ ରଖିବାର ପରମ୍ପରା, ୪୦୦ନିୟୁତଙ୍କ ପାଖରେ ଅଛି ବ୍ୟକ୍ତିଗତ ବନ୍ଧୁକ

ଓ୍ବାଶିଂଟନ୍‌,୨୦।୬: ଆମେରିକାର ସେଣ୍ଟ ଲୁଇସରେ ଗୁଳିକାଣ୍ଡ ଘଟି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ଗୁଳିକାଣ୍ଡରେ ୯ଜଣ ଆହତ ହୋଇଛନ୍ତି। ଆହତ ନାବାଳକଙ୍କ ବୟସ ୧୭ ବର୍ଷ। ସେ ଗୁଳିରୁ ରକ୍ଷା ପାଇଁ ଦୌଡୁଥିବାବେଳେ ପାହାଚରେ ପଡିଯାଇଥିଲେ।
ସୂଚନା ମୁତାବକ, ଆମେରିକୀୟ ସମୟ ସକାଳ ୧ଟାରେ ସେଣ୍ଟ ଲୁଇସ୍‌ରେ ହେଉଥିବା ପାର୍ଟି ହେଉଥିବା ସମୟରେ ଗୁଳିକାଣ୍ଡ ଘଟିଥିଲା। ଘଟଣାସ୍ଥଳରୁ ପୋଲିସ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି।

ଏଠାରେ କହି ରଖୁଛୁ, ଆମେରିକାର ଜନସଂଖ୍ୟା ୩୩୦ ନିୟୁତ ହୋଇଥିବାବେଳେ ଏଠାକାର ନାଗରିକଙ୍କ ପାଖରେ ୪୦୦ ନିୟୁତ ବନ୍ଧୁକ ଅଛି।
ସ୍ବିଜରଲ୍ୟାଣ୍ଡର କ୍ଷୁଦ୍ର ଅସ୍ତ୍ର ସର୍ବେକ୍ଷଣ ଅର୍ଥାତ୍‌ ଏସ୍‌ଏଏସ୍‌ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ଥିବା ୮୫୭ ନିୟୁତ ସିଭିଲିୟନ ବନ୍ଧୁକ ମଧ୍ୟରୁ କେବଳ ୩୯୩ ନିୟୁତ ସିଭିଲିୟନ ବନ୍ଧୁକ ଆମେରିକାର ନାଗରିକଙ୍କ ପାଖରେ ଅଛି। ଅକ୍ଟୋବର ୨୦୨୦ ଗାଲଅପ ସର୍ଭେ ଅନୁଯାୟୀ, ୪୪% ଆମେରିକୀୟ ବୟସ୍କ ବନ୍ଧୁକ ଥିବା ଘରେ ରୁହନ୍ତି ଏବଂ ଏହି ବୟସ୍କମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ବନ୍ଧୁକ ରଖିଥାନ୍ତି।

୨୩୧ବର୍ଷ ପରେ ବି ଆମେରିକାର ତା’ର ବନ୍ଧୁକ ରଖିବା ପରମ୍ପରାକୁ ବନ୍ଦ କରିପାରି ନାହିଁ। କାରଣ ଆମେରିକାର ପ୍ରଥମ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ରାଜ୍ୟର ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ବନ୍ଧୁକ ରଖିବାକୁ ଆମେରିକୀୟ ସଂସ୍କୃତିରେ ବଜାୟ ରଖାଯାଇଛି। ଏଥିସହ ବହୁ ବନ୍ଧୁକ ତିଆରି କମ୍ପାନୀ ଏହାକୁ ପ୍ରୋତ୍ସାହନ ଯୋଗାଉଛନ୍ତି।
୧୭୯୧ ମସିହାରେ, ସମ୍ବିଧାନର ଦ୍ୱିତୀୟ ସଂଶୋଧନ ଅନୁଯାୟୀ ଆମେରିକାର ନାଗରିକମାନଙ୍କୁ ଅସ୍ତ୍ରଶସ୍ତ୍ର ରଖିବା ଏବଂ କ୍ରୟ କରିବାର ଅଧିକାର ଦିଆଯାଇଥିଲା। ଏହି ସଂସ୍କୃତି ଆମେରିକାରେ ଆରମ୍ଭ ହୋଇଥିଲା ଯେତେବେଳେ ବ୍ରିଟିଶମାନେ ସେଠାରେ ଶାସନ କରିଥିଲେ। ସେତେବେଳେ କୌଣସି ସ୍ଥାୟୀ ସୁରକ୍ଷା ବଳ ନ ଥିଲା। ସେଥିପାଇଁ ଲୋକଙ୍କୁ ନିଜ ତଥା ପରିବାରର ସୁରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ରଖିବାର ଅଧିକାର ଦିଆଯାଇଥିଲା। ଏହି ନିୟମ ଆଜି ବି ଜାରି ରହିବା ଯୋଗୁ ବହୁ ସ୍ଥାନରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଛି।

Share