ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ,୧୨ା୩: ଉତ୍ତର କୋରିଆ ଦ୍ୱାରା କରାଯାଇଥିବା ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷଣର କଡ଼ା ଜବାବ ଦେଇଛି ଆମେରିକା। ଏହାର ଅର୍ଥ ମନ୍ତ୍ରଣାଳୟ ଅଧିକ ପ୍ରତିବନ୍ଧକ ଘୋଷଣା କରିଛି। ୪ ମାର୍ଚ୍ଚରେ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷଣ ବିଷୟରେ ଉଲ୍ଲେଖ କରି ଅର୍ଥ ମନ୍ତ୍ରଣାଳୟ ମନ୍ତ୍ରଣାଳୟ ଏହାକୁ ସୁଗମ କରି ରୁଷିଆର ତିନୋଟି କମ୍ପାନୀ ଆପୋଲନ୍‌, ଜିଲ୍‌-ଏମ୍‌ ଏବଂ ଆର୍‌ କେ ବ୍ରିଜ୍‌ ଉପରେ ପ୍ରତିବନ୍ଧକ ଘୋଷଣା କରିଛି। ନିଷିଦ୍ଧ ରୁଷିଆ କମ୍ପାନୀଗୁଡ଼ିକ ଆମେରିକାରେ ବ୍ୟବହାର କରିବାରେ ସମର୍ଥ ହେବେ ନାହିଁ।

ସେହିପରି ଉତ୍ତର କୋରିଆ ଅନ୍ତଃରାଷ୍ଟ୍ରୀୟ ନିୟମ ନ ମାନି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଯାହାକି ସମଗ୍ର ବିଶ୍ୱ ପାଇଁ ବିପଦ ଆଣିଛି। ପରୀକ୍ଷଣ ସ୍ଥାନରେ ଉତ୍ତରକୋରିଆ ପୁରୁଣା ଟନେଲ ବା ସୁଡ଼ଙ୍ଗଗୁଡ଼ିକର ମରାମତି କରୁଛି ବୋଲି ସୂଚନା ମିଳିଛି। ୨୦୧୮ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ ଶାସକ କିମ୍‌-ଜୋଙ୍ଗ୍‌ -ଉନ୍‌ଙ୍କ ମଧ୍ୟରେ ପ୍ରଥମେ ଆଲୋଚନା ହେବାର କିଛି ମାସ ପୂର୍ବରୁ ଭାଙ୍ଗି ଦିଆଯାଇଥିଲା।

ତଥାପି ଆଣବିକ ପରୀକ୍ଷଣ ପାଇଁ ଉତ୍ତର କୋରିଆ ଏହି ଟନେଲଗୁଡ଼ିକର ମରାମତି କରୁଛି କି ନାହିଁ ମନ୍ତ୍ରଣାଳୟ ସ୍ପଷ୍ଟ କରିନାହିଁ। ଦକ୍ଷିଣ କୋରିଆ କହିଛି, ଉତ୍ତର କୋରିଆ ଗତ ସପ୍ତାହରେ ଦୁଇଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ପରେ ଉତ୍ତର କୋରିଆ ସ୍ପଷ୍ଟ କରିଛି ଯେ, ଏହା ସ୍ପାଇ ସାଟେଲାଇଟ୍‌ରେ ସ୍ଥାପିତ କ୍ୟାମେରା ଏବଂ ଅନ୍ୟାନ୍ୟ ସିଷ୍ଟମ ଉପରେ ଅନୁସନ୍ଧାନ କରୁଛି।

Share