ଆମେରିକା ମୋତେ କ୍ଷମତାରୁ ହଟାଇ ଦେଇଛି, ଏସବୁ କାରଣ କହିଲେ ହାସିନା

ଢାକା,୧୧ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଆମେରିକା ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଭାରତରେ ରହୁଥିବା ହାସିନା କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପକୁ ହସ୍ତାନ୍ତର କରି ନ ଥିବାରୁ ଆମେରିକା ତାଙ୍କୁ କ୍ଷମତାରୁ ହଟାଇ ଦେଇଛି। ସେ କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପ ପାଇବା ପରେ ବଙ୍ଗୋପସାଗରରେ ଆମେରିକାର ପ୍ରଭାବ ବୃଦ୍ଧି ପାଇବ।

ସେ ତାଙ୍କ ବାର୍ତ୍ତାରେ ବାଂଲାଦେଶୀ ନାଗରିକମାନଙ୍କୁ ମୌଳବାଦୀଙ୍କ ଦ୍ୱାରା ଭ୍ରାନ୍ତ ନ ହେବାକୁ ଚେତାବନୀ ଦେଇଛନ୍ତି। ତାଙ୍କ ଘନିଷ୍ଠ ସହାୟକମାନଙ୍କ ମାଧ୍ୟମରେ ପଠାଯାଇଥିବା ଏସ୍‌ଏମ୍‌ଏସ୍‌ରେ ହାସିନା କହିଛନ୍ତି, ‘ମୁଁ ଇସ୍ତଫା ଦେଇଛି ଯାହା ଦ୍ୱାରା ମୋତେ ମୃତଦେହର ଶୋଭାଯାତ୍ରା ଦେଖିବାକୁ ପଡ଼ିବ ନାହିଁ। ସେମାନେ ଛାତ୍ରୀଛାତ୍ରଙ୍କ ମୃତଦେହ ଉପରେ କ୍ଷମତାକୁ ଆସିବାକୁ ଚାହୁଁଥିଲେ, କିନ୍ତୁ ମୁଁ ଏହା ହେବାକୁ ଦେଉ ନ ଥିଲି, ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି।

ସେ ଆହୁରି କହିଛନ୍ତି, ‘ଯଦି ମୁଁ ଦେଶରେ ରହିଥାନ୍ତି, ଅଧିକ ଧନଜୀବନ ନଷ୍ଟ ହୋଇଥାନ୍ତା। ମୁଁ ଦେଶ ଛାଡ଼ିବା ପାଇଁ ବହୁତ କଷ୍ଟଦାୟକ ନିଷ୍ପତ୍ତି ନେଇଥିଲି। ମୁଁ ତୁମର ନେତ୍ରୀ ହୋଇଥିଲି କାରଣ ତୁମେ ମୋତେ ବାଛିଥିଲ, ତୁମେ ମୋର ଶକ୍ତି। ଆଓ୍ବାମୀ ଲିଗ୍‌ ବାରମ୍ବାର ବାଂଲାଦେଶର ଭବିଷ୍ୟତ ପାଇଁ ସ୍ବର ଉତ୍ତୋଳନ କରିଛି, ଯେଉଁ ଦେଶ ପାଇଁ ମୋର ମହାନ ପିତା ଲଢ଼ିଥିଲେ … ଯେଉଁ ଦେଶ ପାଇଁ ମୋ’ ବାପା ଏବଂ ପରିବାର ସେମାନଙ୍କ ଜୀବନ ଉତ୍ସର୍ଗ କରିଥିଲେ।

ଆରକ୍ଷଣ ଆନ୍ଦୋଳନ ଏବଂ ଛାତ୍ର ବିରୋଧ ବିଷୟରେ ଉଲ୍ଲେଖ କରି ହାସିନା କହିଛନ୍ତି, ‘ମୁଁ ବାଂଲାଦେଶର ଯୁବ ଛାତ୍ରମାନଙ୍କୁ ଦୋହରାଇବାକୁ ଚାହେଁ ଯେ ମୁଁ ଆପଣଙ୍କୁ କେବେବି ରଜାକାର ବୋଲି ଡାକି ନ ଥିଲି … କିନ୍ତୁ ଆପଣଙ୍କୁ ଉତ୍ତେଜିତ କରିବା ପାଇଁ ମୋ କଥାକୁ ଏପଟସେପଟ କରି କୁହାଯାଇଥିଲା। ମୁଁ ଆପଣଙ୍କୁ ଏହା ଦୋହରାଇବାକୁ ଚାହେଁ। ‘ମୁଁ ଆପଣଙ୍କୁ ଅନୁରୋଧ କରୁଛି ସେଦିନର ପୂରା ଭିଡିଓ ଦେଖିବା ପାଇଁ। ଷଡ଼ଯନ୍ତ୍ରକାରୀମାନେ ଆପଣଙ୍କ ନିର୍ଦ୍ଦୋଷତାର ଫାଇଦା ଉଠାଇ ଦେଶକୁ ଅସ୍ଥିର କରିବାରେ ବ୍ୟବହାର କରିଛନ୍ତି।’


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲକୁ ବଡ଼ ଧମକ ଦେଲା ହେଜ୍‌ବୋଲ୍ଲା: ସିରିଜ୍ ବିସ୍ଫୋରଣକୁ କହିଲା ଯୁଦ୍ଧର ଘୋଷଣା

ନୂଆଦିଲ୍ଲୀ,୧୯।୯: ଲେବାନନ୍‌ର ସଶସ୍ତ୍ର ସଂଗଠନ ହେଜ୍‌ବୋଲ୍ଲା ମୁଖ୍ୟ ହସନ ନସରୁଲ୍ଲା ସିରିଜ୍ ବିସ୍ଫୋରଣକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଲଗାତାର ବିସ୍ଫୋରଣ ପରେ ଇସ୍ରାଏଲକୁ କଡ଼ା...

ହିଜବୁଲ୍ଲା ମୁଖ୍ୟଙ୍କ ଭାଷଣ ଶେଷ ହେଉ ହେଉ ବୋମା ବର୍ଷା କଲା ଇସ୍ରାଏଲ, ଆଇଡିଏଫ କହିଲା…

ଜେରୁଜେଲମ,୧୯।୯: ଗତ ଦୁଇ ଦିନ ମଧ୍ୟରେ ଇସ୍ରାଏଲ ଲେବାନନ ଉପରେ ଦୁଇଟି ବଡ଼ ଆକ୍ରମଣ କରିଥିଲା। ପ୍ରଥମେ ମଙ୍ଗଳବାରରେ ଏକ ପେଜର୍‌ ବିସ୍ଫୋରଣ ହୋଇଥିଲା ଏବଂ...

କାହିଁକି ଅବସର ବୟସ ସୀମା ବଢାଇଲା ଚାଇନା, କରଜ ଦେଉଥିବା ଡ୍ରାଗନ ପାଖରେ ନାହିଁ…

ବେଜିଂ,୧୯।୯: ଚାଇନାରେ କ୍ରମାଗତ ଭାବେ ଜନସଂଖ୍ୟା ହ୍ରାସ ଏବଂ କର୍ମଚାରୀଙ୍କ ବୟସ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଅବସର ବୟସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।...

ବଡ଼ ପ୍ଲାନିଂ କରି ହେଜ୍‌ବୋଲ୍ଲାକୁ ଫସାଇଲା ମୁସାଦ: ସିରିଜ୍ ବିସ୍ଫୋରଣ ପଛରେ ଇସ୍ରାଏଲୀ ଶେଲ୍‌ କମ୍ପାନୀ

ଜେରୁଜେଲମ୍‌,୧୯ା୯: ଲଗାତାର ଦୁଇ ଦିନ ସିରିଏଲ ବିସ୍ଫୋରଣ ଦ୍ୱାରା ଲେବାନନ୍ କମ୍ପିତ ହୋଇ ଉଠିଛି। ସବୁଆଡେ ପ୍ରାଣବିକଳାରେ ଲୋକଙ୍କ ଚିତ୍କାର ଶୁଭୁଥିଲା। ପ୍ରଥମ ଦିନରେ ପେଜର୍...

ବାଂଲାଦେଶ ହିଂସାରେ ସଂଖ୍ୟାଲଘୁଙ୍କ ମୃତ୍ୟୁକୁ ନେଇ ଆସିଲା ଚମକାଇବା ଭଳି ତଥ୍ୟ

ଢାକା,୧୯।୯: ବାଂଲାଦେଶ ହିଂସାରେ କେତେ ସଂଖ୍ୟାଲଘୁ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ କେତେଜଣ ଆହତ ହୋଇଛନ୍ତି ସେନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ନୋକୁ ଆସିଛି। ଗୁରୁବାର...

ଇସ୍ରାଏଲ ଚିର ଶତ୍ରୁ ହିଜବୁଲ୍ଲା: ଅନେକ ମୁସଲମାନ ଦେଶକୁ ପାଣି ପିଆଇସାରିଛି, ଜାଣନ୍ତୁ ହିଜବୁଲାର ପୁରା କାହାଣୀ

ନୂଆଦିଲ୍ଲୀ,୧୯।୯: ଗାଜାରେ ଇସ୍ରାଏଲ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ଷେ ପୂରିବାକୁ ବସିଥିବା ବେଳେ ଏହି ଯୁଦ୍ଧ ଏବେ ଇସ୍ରାଏଲ ଏବଂ ହମାସରୁ ଯାଇ ହିଜବୁଲ୍ଲା...

ଚାଞ୍ଚଲ୍ୟକର ଖୁଲାସା କଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ: ୩୭୦କୁ ନେଇ ପାକିସ୍ତାନ ସହ ଅଛି ନ୍ୟାଶନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ

ଇସଲାମାବାଦ୍‌,୧୯।୯: ଜମ୍ମୁ କଶ୍ମୀରରେ ଚାଲିଥିବା ବିଧାନସଭା ନିର୍ବାଚନ ଉପରେ ପାକିସ୍ତାନ ନଜର ରଖିଛି। ଧାରା ୩୭୦ ଏବଂ ୩୫ଏ ପୁଣି ଥରେ କଶ୍ମୀରରେ ପୁନଃକାର୍ଯ୍ୟକାରୀ ହେବ...

ଭାରତ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ କାନାଡା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଓଟଓ୍ବା,୧୯।୯: ଭାରତ ଏବଂ କାନାଡା ମଧ୍ୟରେ ପୁଣି ଥରେ ଉତ୍ତେଜନା ବଢୁଥିବା ଜଣାପଡିଛି। କାନାଡିଆନ ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସ (ସିଏସ୍‌ଆଇଏସ୍‌) କହିଛି, ଚାଇନା ଏବଂ ଭାରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri