ନ୍ୟୁୟର୍କ/ନୂଆଦିଲ୍ଲୀ,୨୮।୩: ଆମେରିକା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାମଲା ଉପରେ ନଜର ରଖିଛି ବୋଲି ଆମେରିକାରବୈଦେଶିକ ବିଭାଗର ଉପମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି।
ଆଇନର ଶାସନ ଏବଂ ନ୍ୟାୟିକ ସ୍ବାଧୀନତା ପ୍ରତି ସମ୍ମାନ ହେଉଛି ଯେକୌଣସି ଗଣତନ୍ତ୍ରର ମୂଳଦୁଆ। ଭାରତୀୟ ଅଦାଲତରେ ରାହୁଲଙ୍କ ମାମଲା ଉପରେ ଆମେରିକା ଦୃଷ୍ଟି ରଖିଛି ବୋଲି ବେଦାନ୍ତ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୯ରେ ରାହୁଲଙ୍କ ‘ସବୁ ମୋଦି ଚୋର’ ମନ୍ତବ୍ୟ ପାଇଁ ତାଙ୍କୁ ଦୋଷୀସାବ୍ୟସ୍ତ କରାଯିବା ସହ ୨ ବର୍ଷ ଜେଲଦଣ୍ଡ ହେବା ପରେ ତାଙ୍କ ଲୋକ ସଭା ସଭ୍ୟପଦ ଚାଲିଯାଇଛି।
ସୂଚନାଯୋଗ୍ୟ, ୨୦୧୯ରେ ରାହୁଲଙ୍କ ‘ସବୁ ମୋଦି ଚୋର’ ମନ୍ତବ୍ୟ ପାଇଁ ତାଙ୍କୁ ଦୋଷୀସାବ୍ୟସ୍ତ କରାଯିବା ସହ ୨ ବର୍ଷ ଜେଲଦଣ୍ଡ ହେବା ପରେ ତାଙ୍କ ଲୋକ ସଭା ସଭ୍ୟପଦ ଚାଲିଯାଇଛି।