ଫ୍ଲୋରିଡା ଆଡକୁ ଦ୍ରୁତ ଗତିରେ ବଢୁଛି ସାଇକ୍ଲୋନିକ ଝଡ ଇଡାଲିଆ, ଦକ୍ଷିଣ କାରୋଲିନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଓ୍ବାଶିଂଟନ୍‌,୩୦।୮: ଆମେରିକାର ଦକ୍ଷିଣ ପୂର୍ବ ଉପକୂଳରେ ଏକାସାଙ୍ଗରେ ଦୁଇଟି ବଡ଼ ଝଡ ଆସିବା ପାଇଁ ଚେତାବନୀ ଦିଆଯାଇଛି। ଘୂର୍ଣ୍ଣିବଳୟ ଇଡାଲିଆ ଫ୍ଲୋରିଡା ଉପକୂଳ ଆଡକୁ ଦ୍ରୁତ ଗତିରେ ଗତି କରୁଛି। ଏଥି ସହିତ ବରମୁଣ୍ଡା ନିକଟରେ ଘୂର୍ଣ୍ଣିବଳୟ ଫ୍ରଙ୍କାଲିନ ହେବାର ଆଶଙ୍କା ରହିଛି। ସର୍ବଶେଷ ସୂଚନା ଅନୁଯାୟୀ, ଘୂର୍ଣ୍ଣିବଳୟ ଇଡାଲିଆ ୧୦୦ ମିଲିମିଟର ଘଣ୍ଟା ପ୍ରତି ପବନ ସହିତ ଝଡ଼ରେ ତୀବ୍ର ହୋଇଛି।

ଫ୍ଲୋରିଡାର ଉପକୂଳବର୍ତ୍ତୀ ସହରଗୁଡିକରେ ଲୋକଙ୍କ ସୁରକ୍ଷାକୁ ନେଇ ବାଇଡେନ ପ୍ରଶାସନ ଚିନ୍ତାରେ ପଡିଛନ୍ତି। ପ୍ରବଳ ପବନ ଓ ବନ୍ୟା ପରିସ୍ଥିତିକୁ ଏଡ଼ାଇବା ପାଇଁ ଉପକୂଳ ନିକଟରେ ରହୁଥିବା ଲୋକଙ୍କୁ ଜରୁରୀ ଜିନିଷ ନେବାକୁ ଏବଂ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଅଧିକାରୀମାନେ ଅନୁରୋଧ କରିଛନ୍ତି।

Share