ଭାରତର ଏହି ପଡୋଶୀ ଦେଶରେ ବଢୁଛି ଆତଙ୍କୀ ସଂଗଠନର ଭୟ, ଆଇଏସ-ଅଲ-କାଏଦା ସମର୍ଥକଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ,୧।୮: ମାଲଦ୍ୱୀପରେ ଆଇଏସଆଇଏସ ଏବଂ ଅଲ-କାଏଦା ଭଳି ଆତଙ୍କବାଦୀ ସଂଗଠନର ସମର୍ଥକଙ୍କ ବିରୋଧରେ ଆମେରିକା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏକ ରିପୋର୍ଟ ଅନୁଯାୟୀ, ମାଲଦ୍ୱୀପରେ ଆତଙ୍କବାଦୀ ସଂଗଠନକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଆମେରିକା ୨୦ ଜଣ ବ୍ୟକ୍ତି ଏବଂ ୨୯ଟି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଭାରତ ଏବଂ ମାଲଦ୍ୱୀପର ବହୁତ ଗଭୀର ସମ୍ପର୍କ ଅଛି।

ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମେଥ୍ୟୁ ମିଲର ସୋମବାର କହିଛନ୍ତି, ଯେଉଁ ବ୍ୟକ୍ତିଙ୍କ ଉପରେ ପ୍ରତିବନ୍ଧକ ଲାଗାଯାଇଛି, ସେମାନଙ୍କ ମଧ୍ୟରୁ ଅନେକ ସାମ୍ବାଦିକ ତଥା ସ୍ଥାନୀୟ ଅଧିକାରୀଙ୍କ ଉପରେ ଆକ୍ରମଣ ଯୋଜନାରେ ଜଡିତ ଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକା ମାଲଦ୍ୱୀପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଆର୍ଥିକ ତଥା ଅନ୍ୟାନ୍ୟ ସହାୟତାକୁ ରୋକିବ।

Share