କାନାଡାର ଅଭିଯୋଗକୁ ନେଇ ଟେନସନରେ ଆମେରିକା

ଓ୍ବାଶିଂଟନ୍‌,୨୨।୯: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ କାନାଡା ଭାରତର ଷଡଯନ୍ତ୍ର ବୋଲି ଅଭିଯୋଗ କରିଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ, ନିଜାର ହତ୍ୟାରେ ଭାରତୀୟ ଏଜେଣ୍ଟମାନେ ଜଡିତ ଥିବାର ସନ୍ଦେହ ରହିଛି। ତେଣୁ ଏହି ପ୍ରସଙ୍ଗରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ କହିଛନ୍ତି ଯେ, କାନାଡାର ଅଭିଯୋଗକୁ ନେଇ ଆମେରିକା ଅତ୍ୟନ୍ତ ଚିନ୍ତିତ। ଆମେ ତଦନ୍ତକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ ଏବଂ ଅପରାଧୀଙ୍କୁ ନ୍ୟାୟ ଦିଆଯାଉ।
ନିଜାର ହତ୍ୟାକୁ ନେଇ ଆମେରିକା ଏବଂ କାନାଡା ମଧ୍ୟରେ ମତଭେଦ ଥିବା ଦାବିକୁ ପ୍ରତ୍ୟାଖ୍ୟାନ କରି ଜେକେ ସଲିଭାନ କହିଛନ୍ତି, ମୁଁ ଆମେରିକା ଏବଂ କାନାଡା ମଧ୍ୟରେ ମତଭେଦ ଅଛି ବୋଲି ମୁଁ ଅସ୍ବୀକାର କରୁଛି। (କାନାଡିଆନ) ଅଭିଯୋଗ ପାଇଁ ଆମେ ଗଭୀର ଭାବେ ଚିନ୍ତିତ, ଆମେ ଚାହୁଁଛୁ ଯାଞ୍ଚ୍‌ ଆଗକୁ ବଢୁ ଏବଂ ଅପରାଧୀମାନେ ଉତ୍ତରଦାୟୀ। ଆମେରିକା ଉଭୟ କାନାଡା ଏବଂ ଭାରତ ସହ ଯୋଗାଯୋଗରେ ଅଛି। ସର୍ବସାଧାରଣ ହେବା ପରଠାରୁ ଆମେରିକା ଏହି ପ୍ରସଙ୍ଗ ପାଇଁ ଛିଡା ହୋଇଛି ଏବଂ ଏହା ସମ୍ପୂର୍ଣ୍ଣ ରୂପେ ନ ଆସିବା ପର୍ଯ୍ୟନ୍ତ ଦୃଢ ଭାବରେ ଠିଆ ହେବ।
ଚଳିତ ବର୍ଷ ଜୁନ ମାସରେ କାନାଡାର ଜଣେ ଖଲିସ୍ତାନୀ ନେତା ହାର୍ଦ୍ଦିକ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କାନାଡାର ସରେର ଗୁରୁ ନାନକ ଶିଖ ଗୁରୁଦ୍ୱାର ନିକଟରେ ନିଜାରଙ୍କୁ ଦୁଇଜଣ ଅଜ୍ଞାତ ଆକ୍ରମଣକାରୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା। ନିଜାରଙ୍କ ହତ୍ୟା ପଛରେ ଭାରତ ସରକାର ଷଡଯନ୍ତ୍ର କରିଥାଇ ପାରନ୍ତି ବୋଲି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଛନ୍ତି। ଟ୍ରୁଡୋ ଭାରତ ବିରୋଧରେ ଗୁରୁତର ଅଭିଯୋଗ କରିବା ପରେ ଉଭୟ ଦେଶର ମଧ୍ୟରେ ତିକ୍ତତା ବଢିଛି। ତେବେ ଟ୍ରୁଡୋଙ୍କ ଅଭିଯୋଗକୁ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। କାନାଡାର ଏହି ଅଭିଯୋଗ ପରେ ଭାରତ ମଧ୍ୟ କାନାଡାର ବରିଷ୍ଠ କୂଟନୀତିଜ୍ଞଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି।

Share