ସାମରିକ ଶକ୍ତି ବୃଦ୍ଧି କଲା ଆମେରିକା

ଓ୍ବାଶିଂଟନ,୨୨ା୧୦: ଓ୍ବାଶିଂଟନ ମଧ୍ୟ ପୂର୍ବରେ ବହୁ ପରିମାଣର ନୌସେନା ଶକ୍ତି ନିୟୋଜିତ କରିସାରିଛି।

ଇସ୍ରାଏଲ-ହମାସ୍‌ ଯୁଦ୍ଧ ଯୋଗୁ ସୃଷ୍ଟି ହୋଇଥିବା ମଧ୍ୟପ୍ରାଚ୍ୟର ବ୍ୟାପକ ବିବାଦର ଆଶଙ୍କା କରି ରବିବାର ଆମେରିକା ଏହି ଅଞ୍ଚଳକୁ ଅଧିକ ସାମରିକ ଶକ୍ତି ପଠାଇ ଇସ୍ରାଏଲ ଲେବାନନ, ସିରିଆରେ ଗାଜା ଏବଂ ହମାସ୍‌ ସମର୍ଥକଙ୍କୁ ଟାର୍ଗେଟ କରିଛି।

ଇସ୍ରାଏଲର କ୍ଷେପଣାସ୍ତ୍ର ରବିବାର ଦମ୍ମେସକ ଏବଂ ଆଲେପ୍ପୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ମାଡ଼ ହୋଇ ଅତି କମ୍‌ରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି ବୋଲି ସିରିଆର ଗଣମାଧ୍ୟମ ସୂତ୍ରରୁ ପ୍ରକାଶ।

ଦକ୍ଷିଣ ଲେବାନନରେ ଯେଉଁଠାରେ ଇରାନ ସମର୍ଥିତ ହିଜବୁଲ ହମାସ୍‌କୁ ସମର୍ଥନ କରି ଇସ୍ରାଏଲ ସହ ସୀମା ମଧ୍ୟରେ ଗୁଳି ବିନିମୟ କରୁଛି, ଇସ୍ରାଏଲ କହିଛି, ଏହାର ବିମାନ ଶନିବାର ହିଜବୁଲ ଟାର୍ଗେଟରେ ବୋମା ପକାଇଛି। ଏଥିରେ ସୈନ୍ୟ ନିହତ ହୋଇଛନ୍ତି।

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଲେବାନନର କାମଚଳା ପ୍ରଧାନମନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି, ଯଦି ତାଙ୍କ ଦେଶ ଇସ୍ରାଏଲ-ହମାସ୍‌ ଯୁଦ୍ଧରେ ପ୍ରଭାବରେ ପ୍ରଭାବିତ ହେବ ତେବେ ପରିସ୍ଥିତି କିଛି ଭଲ ହେବନି।

Share