ବେଙ୍ଗାଲୁରୁ,୭।୪: ଭାରତର ମହାନ କ୍ରିକେଟର ରାହୁଲ ଦ୍ରାଭିଡଙ୍କୁ ଆମେରିକାରେ ଏମଆଇଟି ସ୍ପୋର୍ଟସ ଆନାଲିସିସ ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ପ୍ରଥମ ଥର ପାଇଁ ଏଠାରେ କ୍ରିକେଟ ଉପରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଉଛି। ୮ ଏବଂ ୯ ଏପ୍ରିଲରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ସୋ ମି ଦ ଡାଟା’। ଦ୍ରାଭିଡଙ୍କ ବ୍ୟତୀତ ଗ୍ୟାରି କର୍ଷ୍ଟନ ଏବଂ ଇଶା ଗୁହା ମଧ୍ୟ ଏହି ଭର୍ଚୁଆଲ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଡେଲ ଟେକ୍ନୋଲୋଜିର ନିର୍ଦ୍ଦେଶକ ଆଲୋକ ସିଂ ଏହି ଆଲୋଚନାର ସୁତ୍ରଧାର ହେବେ। ଆଲୋଚନାର ବିଷୟବସ୍ତୁ ହେଉଛି ’ହାଓଜଡାଟା: ହାଓ ଆନାଲିଟିକ୍ସ ଇଜ୍ ରିଭୋଲ୍ୟୁଶନାଇଜିଙ୍ଗ୍ କ୍ରିକେଟ’ । କର୍ଷ୍ଟନ ୨୦୧୧ ବିଶ୍ୱକପ ଜିତିଥିବା ଭାରତୀୟ ଦଳର କୋଚ ଥିବାବେଳେ ଗୁହା ଜଣେ ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଜଣେ ପ୍ରସିଦ୍ଧ କ୍ରିକେଟ୍ ସମୀକ୍ଷକ।