ଆମେରିକା ତିଆରି କରୁଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପରମାଣୁ ବୋମା, ହିରୋସୀମାରେ ପଡିଥିବା ବୋମା ଠାରୁ ୨୪ ଗୁଣା ଅଧିକ ଶକ୍ତିଶାଳୀ

ଓ୍ବାଶିଂଟନ,୩୧।୧୦: ଆମେରିକା ଏକ ନୂଆ ପରମାଣୁ ବୋମା ତିଆରି କରିବାକୁ ପ୍ରସ୍ତୁତ ହେଉଛି। ଆମେରିକାର ଗଣମାଧ୍ୟମ ଅନୁଯାୟୀ, ଜାପାନର ହିରୋସିମା ଉପରେ ପକାଯାଇଥିବା ବୋମାଠାରୁ ଏହି ନୂତନ ବୋମା ୨୪ ଗୁଣ ଅଧିକ ଶକ୍ତିଶାଳୀ ହେବ। ଆମେରିକାର ପ୍ରତିରକ୍ଷା ବିଭାଗ ଦେଇଥିବା ସୂଚନା ଅନୁଯାୟୀ ପେଣ୍ଟାଗନ ନୂତନ ବୋମାକୁ ଅନୁମୋଦନ ଏବଂ ଅର୍ଥ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଛି। ନୂତନ ବୋମା ବି୬୧ ପରମାଣୁ ମାଧ୍ୟାକର୍ଷଣ ବୋମାର ଆଧୁନିକୀକରଣ ସଂସ୍କରଣ ହେବ, ଯାହାର ନାମ ବି୬୧-୧୩ ଦିଆଯାଇଛି।

ସ୍ପେସ ଡିଫେନ୍ସ ପଲିସି ପାଇଁ ଆମେରିକାର ଡେପୁଟି ସେକ୍ରେଟେରୀ ଜନ ପ୍ଲମ ଏକ ବିବୃତ୍ତିରେ କହିଛନ୍ତି ଯେ ସୁରକ୍ଷା ପରିବେଶର ପରିବର୍ତ୍ତନ ଏବଂ ଶତ୍ରୁମାନଙ୍କର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଏବେ ଏହା ଘୋଷଣା କରାଯାଇଛି। ପରିସ୍ଥିତିର ସମୀକ୍ଷା କରିବା ତଥା ସମ୍ଭାବ୍ୟ ବିପଦକୁ ରୋକିବା ଏବଂ ଆବଶ୍ୟକ ସ୍ଥଳେ ପ୍ରତିଶୋଧ ନେଇ ଆମର ସହଯୋଗୀଙ୍କୁ ଆଶ୍ୱାସନା ଦେବା ଆମେରିକାର ଦାୟିତ୍ୱ।
ଆମେରିକୀୟ ଗଣମାଧ୍ୟମ ଅନୁଯାୟୀ, ନୂତନ ପରମାଣୁ ବୋମାର ଓଜନ ୩୬୦ କିଲୋଟନ ହେବ, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସିମା ଉପରେ ପଡିଥିବା ପରମାଣୁ ବୋମାଠାରୁ ୨୪ ଗୁଣ ବଡ ହେବ। ହିରୋସିମାରେ ପକାଯାଇଥିବା ବୋମାର ଓଜନ ୧୫ କିଲୋ ଟନ ଥିଲା। ଜାପାନର ନାଗାସାକିରେ ପକାଯାଇଥିବା ବୋମାଠାରୁ ନୂଆ ବୋମା ୧୪ ଗୁଣ ବଡ ହେବ। ନାଗାସାକିରେ ପକାଯାଇଥିବା ବୋମା ୨୫କିଲୋଟନ ଥିଲା । ଏହା ବ୍ୟତୀତ ନୂତନ ବୋମାରେ ଉନ୍ନତ ଆଧୁନିକ ନିରାପତ୍ତା ଏବଂ ସଠିକତା ମଧ୍ୟ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।...

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri