ଆମେରିକା ମାଲିକ, ପାକିସ୍ତାନ ଚାକର, କହିଲେ ଇମ୍ରାନ୍‌…

ଇସଲାମାବାଦ,୧୪।୧୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ତାଙ୍କୁ କ୍ଷମତାକୁ ହଟାଇବା ପାଇଁ ସେ ଆଉ ଆମେରିକା ପ୍ରଶାସନକୁ ଦାୟୀ କରୁନାହାଁନ୍ତି। ସେ କହିଛନ୍ତି ଯେ ଆମେରିକା ସହିତ ଆମର ସମ୍ପର୍କ ମାଲିକ ଏବଂ ଚାକର ଭଳି। ପାକିସ୍ତାନକୁ ଭଡ଼ା ବନ୍ଧୁକ ଭାବେ ବ୍ୟବହାର କରାଯାଉଛି। ବିଦେଶ ଷଡଯନ୍ତ୍ର ଯୋଗୁ ତାଙ୍କୁ କ୍ଷମତାଚ୍ୟୁତ କରାଯାଇଥିବା ଅଭିଯୋଗକୁ କ୍ରମାଗତ ଭାବେ ପ୍ରଚାର କରୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ବର୍ତ୍ତମାନ କହିଛନ୍ତି ଯେ ସେ ୱାଶିଂଟନ ଏବଂ ଇସଲାମାବାଦ ମଧ୍ୟରେ ସେ ଏକ ସମ୍ମାନଜନକ ସମ୍ପର୍କ ଚାହୁଁଛନ୍ତି।

ଷଡଯନ୍ତ୍ରରେ ଆମେରିକାର ଭୂମିକା ଉପରେ ତାଙ୍କର ପୂର୍ବ ମନ୍ତବ୍ୟ ସମ୍ପର୍କରେ ଇମ୍ରାନ ଖାନ କହିଛନ୍ତି ଯେ ଏହା ସମାପ୍ତ ହୋଇଛି, ଏହା ବର୍ତ୍ତମାନ ମୋ ପାଇଁ ଅତୀତ ହୋଇ ସାରିଛି। କିନ୍ତୁ ଏଥିପାଇଁ ମୁଁ ଆମେରିକା ଅପେକ୍ଷା ଆମ ସରକାରଙ୍କୁ ଦାୟୀ କରୁଛି।

Share