ଓ୍ବାଶିଂଟନ,୨୮ା୮: ଅଗଷ୍ଟ ୩୧ ପରେ ଆଫଗାନିସ୍ତାନର କାବୁଲ ବିମାନବନ୍ଦରରୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଆମେରିକା ତାଲିବାନ ସହ କଥା ହେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ କହିଛନ୍ତି। ଏହି ପରିପ୍ରେକ୍ଷୀରେ କୂଟନୈତିକ ପ୍ରୟାସକୁ ଜୋରଦାର କରିବାକୁ ବାଇଡେନ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ କହିଛନ୍ତି। ଆମେରିକା ଚାହୁଁଛି ଯେ, ତାଲିବାନ ଅଗଷ୍ଟ ୩୧ରେ ସାମରିକ ପ୍ରତ୍ୟାହାର ପରେ ମଧ୍ୟ ଅଧିକ ଆଫଗାନିସ୍ତାନ ସହଯୋଗୀଙ୍କୁ ଘଉଡ଼ାଇବାରେ ସମ୍ପୂର୍ଣ୍ଣ ସହଯୋଗ ଜାରି ରଖିବ। ହ୍ବାଇଟ୍ ହାଉସର ପ୍ରେସ ସଚିବ ଜେନ୍ ପାସାକି ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଜେନ୍ ପାସାକି କହିଛନ୍ତି ଯେ, ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ମଧ୍ୟ ଆଫଗାନିସ୍ତାନ ସହଯୋଗୀ ତଥା ଆମେରିକାର ଭିସା ଉପରେ ଆଫଗାନିସ୍ତାନ ସହଯୋଗୀଙ୍କ ଆଗମନରେ ତାଲିବାନ କୌଣସି ପ୍ରତିବନ୍ଧକ ସୃଷ୍ଟି ନ କରିବାକୁ ଆମେ ଚାହୁଁଛୁ । ଅବଶ୍ୟ ଏଥିପାଇଁ ତାଲିବାନ ସହିତ ସମନ୍ବୟ ଆବଶ୍ୟକ।