ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଶାହିଦ ଲତିଫଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୧।୧୦: ପାକିସ୍ତାନର ସିଆଲକୋଟରେ ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଶାହିଦ ଲତିଫଙ୍କୁ ହତ୍ୟା କରାଯାଇଛି। ଲତିଫ ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ। ଭାରତୀୟ ଯାଞ୍ଚ ଏଜେନ୍ସି ଏନଆଇଏର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଲତିଫଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା। ଜମ୍ମୁ କଶ୍ମୀରରେ ହେଉଥିବା ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଲତିଫ ଜଡିତ ଥିଲେ। ତେବେ କିଛି ଅଜ୍ଞାତ ଆକ୍ରମଣକାରୀ ଲତିଫଙ୍କୁ ସିଆଲକୋଟରେ ହତ୍ୟା କରିଛନ୍ତି।

Share