ୟୁଏନ ମୁଖ୍ୟାଳୟ ବାହାରେ ଲାଗିଲା ଇସ୍ରାଏଲ ବନ୍ଦୀଙ୍କ ଫଟୋ

ନ୍ୟୁୟର୍କ,୧୩।୧୦: ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନି। ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ଅନେକ ଇସ୍ରାଏଲ ନାଗରିକଙ୍କୁ ବନ୍ଦୀ କରି ରଖିଛି। ହମାସ ଆତଙ୍କବାଦୀଙ୍କ ଦ୍ୱାରା ଲୋକଙ୍କୁ ବନ୍ଦୀ କରିବା ପରେ ଇସ୍ରାଏଲ ସେନା ସେମାନଙ୍କୁ ମୁକୁଳାଇବାକୁ ଲଗାତାର ପ୍ରସାୟ କରୁଛି। ଅନ୍ୟପଟେ ଗାଜାରେ ବନ୍ଦୀଙ୍କୁ ମୁକୁଳାଇବାକୁ ଦାବି କରି ନ୍ୟୁ ୟର୍କରେ ସଂଯୁକ୍ତ ରାଷ୍ଟ୍ର ବା ମିଳିତ ଜାତିସଂଘ ମୁଖ୍ୟାଳୟ ବାହାରେ ଇସ୍ରାଏଲ ବନ୍ଦୀଙ୍କ ଫଟୋ ଲଗାଯାଇଛି। ଏମାନଙ୍କ ମଧ୍ୟରେ ଶିଶୁ,ବରିଷ୍ଟ ନାଗରିକ ଓ ମହିଳା ଅଛନ୍ତି।

ସୂଚନାଯୋଗ୍ୟ, ଆମେରିକାରେ ରହୁଥିବା ଇସ୍ରାଏଲ ନାଗରିକମାନଙ୍କର ଏକ ଗୋଷ୍ଠୀ ଏହି ସମସ୍ତ ଫଟୋକୁ ଜାତିସଂଘ ମୁଖ୍ୟାଳୟ ବାହାରେ ଲଗାଇଛନ୍ତି। ଏହି ସମୟରେ ଫଟୋରେ ଚାରି ବର୍ଷ ବୟସ୍କା ଆରିଏଲ, ୮୫ବର୍ଷିୟ ୟାଫା ଏବଂ ଅନ୍ୟମାନେ ରହିଛନ୍ତି। ଏଥି ସହିତ, ଏହା ଉପରେ ଏକ ବାର୍ତ୍ତା ମଧ୍ୟ ଅଛି ଯେଉଁଥିରେ ଲେଖା ଅଛି – ଇସ୍ରାଏଲ ନାଗରିକଙ୍କୁ ଅପହରଣ କରିବା ମାନବିକତା ବିରୁଦ୍ଧରେ ଅପରାଧ ଅଟେ। ହମାସ ହେଉଛି ଆଇଏସ। ସମସ୍ତ ହୋଷ୍ଟେଜ ଫେରସ୍ତ କରନ୍ତୁ।

Share