ଆମେରିକାରେ ପୋଲିସ ଅଧିକାରୀଙ୍କ ଗାଡିରେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ, କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

ଓ୍ବାଶିଂଟନ୍‌,୧୪।୯: ଆମେରିକାର ସିଆଟେଲରେ ଚଳିତ ବର୍ଷ ଜାନୁଆରୀରେ ପୋଲିସ ଗାଡି ସହ ମୁହାଁମୁହିଁ ଧକ୍କା ହେବାରୁ ଭାରତୀୟ ୨୩ବର୍ଷିୟା ଛାତ୍ରୀ ଜାନଭୀ କାଣ୍ଡୁଲାଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପୋଲିସ ଅଧିକାରୀ ହସିବା ସହ ଛାତ୍ରୀଙ୍କ ମୃତ୍ୟୁକୁ ପରିହାସ କରିଥିଲେ। ଏହି ଦୃଶ୍ୟ ଅଧିକାରୀଙ୍କ ବଡି କ୍ୟାମେରାରେ କଏଦ ହୋଇଯାଇଥିଲା। ତେବେ ଜାନଭୀଙ୍କ ମୃତ୍ୟୁକୁ ନେଇ ଭାରତ ସେହି ଅଧିକାରୀଙ୍କୁ ଦୃଢ ନିନ୍ଦା କରିବା ସହ କଠୋର ଆଭିମୁଖ୍ୟ ଗ୍ରହଣ କରିଛି।

ସାନ ଫ୍ରାନ୍ସିସ୍କୋରେ ଥିବା କନସୁଲେଟ ଜେନେରାଲ ଏହି ଘଟଣାକୁ ଚିନ୍ତାଜନକ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଦଃଖଦ ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ସିଆଟେଲ ଏବଂ ୱାଶିଂଟନର ସ୍ଥାନୀୟ କର୍ତ୍ତୃପକ୍ଷ ତଥା ୱାଶିଂଟନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛୁ ବୋଲି କନସୁଲେଟ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି।

Share