ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ମୃତ

ଦାମସକସ,୨୩ ।୧୦: ସେଣ୍ଟ୍ରାଲ କମାଣ୍ଡର ପ୍ରବକ୍ତା ମେଜର ଜନ ରିଗସବି ଶୁକ୍ରବାର କହିଥିଲେ କି ଉତ୍ତର ପଶ୍ଚିମ ସିରିଆରେ ଆମେରିକା ସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକରେ ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହାମିଦ ଅଲ-ମାତରଙ୍କ ମୃତ୍ୟୁ ହୋଇଛି । ରିଗସବି କହିଛନ୍ତି ଆମେରିକା ଏହି ଏୟାର ଷ୍ଟ୍ରାଇକରେ ଏମ୍‌କ୍ୟୁ-୯ ବିମାନ ବ୍ୟବହାର କରିଥିଲା । ଏହି ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିନାହିଁ । ରିଗସବି ତାଙ୍କ ବୟାନରେ କହିଛନ୍ତି ଆମେରିକା ଓ ତା’ର ସହଯୋଗୀଙ୍କ ପାଇଁ ଅଲକାଏଦା ସବୁବେଳେ ବିପଦ ହୋଇ ରହୁଛି । ଅଲକାଏଦା ସିରିଆର ବ୍ୟବହାର ବାହାର ସହଯୋଗୀଙ୍କ ସହ କୋଅର୍ଡିନେଟ କରିବା ଓ ବାହାର ଅଭିଯାନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛି । ଅଲକାଏଦା ସିରିଆକୁ ସିରିଆ, ଇରାକ ଓ ଏହାର ଆଗାମୀ ବିପଦକୁ ଆଧାର କରି ବ୍ୟବହାର କରୁଛି ।

Share