Advertisement

ଆମେରିକା ଜାଣିଲା କୋରାପୁଟ ଦେଓମାଳିର ଔଷଧୀୟ ଗଛ ଉପାଦେୟତା

କୋରାପୁଟ, ୨୧ା୩(ସ୍ବ.ପ୍ର.):ଆମେରିକା ଜାଣିଲା କୋରାପୁଟ ଦେଓମାଳିର ଔଷଧୀୟ ଗଛର ଉପାଦେୟତା ା ଏନେଇ ସେଠାରେ ଇଣ୍ଟର ନ୍ୟାଶସନାଲ ଭିଜିଟର୍ସ ଲିଡରଶିପ ଟ୍ରେନିଂ ପୋଗ୍ରାମ (ଆଇଭିଏଲ ଟିପି) କାର୍ଯ୍ୟକ୍ରମରେ ଯୋଗଦେଇ କୋରାପୁଟର ଗବେଷକ ହରି ପାଙ୍ଗି ସମସ୍ତ ସୂଚନା ଦେଇଥିଲେ। ଜଳବାୟୁ ପରିବର୍ତ୍ତନ ତଥା ଜୈବ ବିବିଧିତା ବିଷୟରେ ଅନୁଷ୍ଠିତ ଏହି ଆନ୍ତର୍ଜାତୀୟ ସମ୍ମିଳନୀରେ ପାଙ୍ଗି ଦେଓମାଳି ଅଞ୍ଚଳର ପାରମ୍ପରିକ ଔଷଧୀୟ ବୃକ୍ଷ ଓ ଜଳବାୟୁ ଉପରେ ଏହାର ପ୍ରଭାବ ସମ୍ପର୍କରେ ବିସ୍ତୃତ ଭାବେ ତଥ୍ୟ ଉପସ୍ଥାପନ କରି ଗ୍ରାମାଞ୍ଚଳରେ ଏହି ଔଷଧୀୟ ଗୁଳ୍ପ ଓ ବୃକ୍ଷ ଲୋକଙ୍କୁ ବିଭିନ୍ନ ରୋଗରୁ କିପରି ସୁରକ୍ଷା ପ୍ରଦାନ କରିଥାଏ ସେ ସଂପର୍କରେ ମତ ରଖିଥିଲେ। ସମଗ୍ର ଓଡ଼ିଶାରୁ ଏହି ବିଶ୍ୱସ୍ତରୀୟ ସମ୍ମିଳନୀରେ ଯୋଗଦେବା ପାଇଁ ପାଙ୍ଗି ଏକମାତ୍ରେ ବ୍ୟକ୍ତି ରୂପେ ମନୋନୀତ ହୋଇଥିଲେ। କୋରାପୁଟ ଜିଲାର ପାହାଡ ପର୍ବତ ଓ ଜଙ୍ଗଲରେ ବିଷଲ୍ୟକରଣି, ଗଙ୍ଗଶିଉଳି, କୋଚିଳା, ଗୁଡମାରି ଭଳି ପାରମ୍ପରିକ ଔଷଧୀୟ ବୃକ୍ଷ ରହିଛି ା ଏହାକୁ ଉପଯୋଗ କରି ସେ ପାରମ୍ପରିକ ଜ୍ଞାନ କୌଶଳରେ ଲୋକଙ୍କ ଚିକିତ୍ସା କରି ଚାଲିଛନ୍ତି ବୋଲି ଏହି ଆନ୍ତର୍ଜତୀୟ ମଞ୍ଚରେ ଅବଗତ କରାଇ ପ୍ରଶଂସିତ ହୋଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel