ନ୍ୟୁୟର୍କ,୨୬।୩: ଆମେରିକାର ଲୁସିଆନାରେ ଭାରତୀୟ ମୂଳର ଜଣେ ପାଞ୍ଚ ବର୍ଷର ବାଳିକାଙ୍କର ମୃତ୍ୟୁ ଅଭିଯୋଗରେ କୋର୍ଟ ଅଭିଯୁକ୍ତଙ୍କୁ ୧୦୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଖବର ଅନୁଯାୟୀ, ୨୦୨୧ରେ ପାଞ୍ଚ ବର୍ଷର ବାଳିକା ମିଆ ପଟେଲ ମାଙ୍କହାଉସ ଡ୍ରାଇଭରେ ଥିବା ଏକ ହୋଟେଲ ରୁମରେ ଖେଳୁଥିବାବେଳେ ଏକ ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା। ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା। ତିନି ଦିନ ହସ୍ପିଟାଲରେ ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ୩୫ ବର୍ଷୀୟ ଲି ସ୍ମିଥ। ଲିଙ୍କର ଅନ୍ୟ ଜଣେ ବ୍ୟକ୍ତି ସହ ବିବାଦ ଥିଲା। ସେ ଘଟଣାଦିନ ସେହି ବ୍ୟକ୍ତିଙ୍କୁ ଟାର୍ଗେଟ୍ କରି ଗୁଳି ଚଳାଇଥିଲେ। କିନ୍ତୁ ଗୁଳିଟି ମିଆଙ୍କ ଶରୀରରେ ବାଜିଥିଲା। ଏହି ମାମଲାର ଅନୁସନ୍ଧାନ ପରେ ଅଭିଯୁକ୍ତଙ୍କୁ କୋର୍ଟ ଲି ସ୍ମିଥ୍ଙ୍କୁ ୧୦୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।