୫୨ ବର୍ଷ ପରେ ଇତିହାସ ରଚିଲା ଆମେରିକା,ଚନ୍ଦ୍ରକୁ ପଠାଇଲା ମାନବ ଅସ୍ଥି, ମିଶନର ଲିଡ କରୁଛନ୍ତି ଭାରତୀୟ

ଓ୍ବାଶିଂଟନ,୯।୧: ଆମେରିକା ଚନ୍ଦ୍ରକୁ ଯିବାର ୫୨ ବର୍ଷର ସ୍ବପ୍ନକୁ ପୂରଣ କରିଛି। ବିଶ୍ୱର ପ୍ରଥମ ପ୍ରାଇଭେଟ ମୁନ ମିଶନ ଅଧୀନରେ ପେରେଗ୍ରିନ ଲ୍ୟାଣ୍ଡର ଓ୍ବାନର ସଫଳତା ପୂର୍ବକ ପ୍ରକ୍ଷେପଣ କରିଥିବା ଦେଶ ହୋଇଛି ଆମେରିକା।ଆଷ୍ଟ୍ରୋବୋଟିକ ନାମକ ଏକ କମ୍ପାନୀ ଏହି ମିଶନକୁ ବିକଶିତ କରିଛି ।

ସୂଚନାଯୋଗ୍ୟ, ଭାରତୀୟ ବୈଜ୍ଞାନିକମାନେ ଏହି ମିଶନର ନେତୃତ୍ୱ ନେଉଛନ୍ତି। ପେରେଗ୍ରିନ ଲ୍ୟାଣ୍ଡରରେ କେବଳ ନାସାର ଯନ୍ତ୍ରଗୁଡ଼ିକ ସ୍ଥାପିତ ହୋଇଛି। ଏହା ସହିତ, ଅନେକ ବୈଜ୍ଞାନିକ ପେଲୋଡ ବ୍ୟତୀତ ମହାକାଶଯାନ ମଧ୍ୟ ମାନବଙ୍କ ହାଡ ନେଇଛି । ଏହି ମିଶନର ଭାରତ ସହିତ ଗଭୀର ସମ୍ପର୍କ ଅଛି।

କୁହାଯାଉଛି ଯେ ବିଶ୍ୱର ପ୍ରଥମ କମର୍ସିଆଲ ଲ୍ୟାଣ୍ଡର ୨୩ ଫେବୃଆରୀରେ ଚନ୍ଦ୍ରରେ ଅବତରଣ କରିପାରେ। ବୈଜ୍ଞାନିକଙ୍କ ଅନୁଯାୟୀ, ଏହା ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକଟ କରିଛନ୍ତି। ନାସାର ବୈଜ୍ଞାନିକମାନେ କହିଛନ୍ତି ଯେ ସେମାନେ ଭାରତର ଚନ୍ଦ୍ରାୟନ -୩ ର ସଫଳତା ଏବଂ ରୁଷିଆର ଲୁନା ମିଶନର ବିଫଳତା ଦେଖିଛନ୍ତି। ଏହି ମିଶନକୁ ଆଷ୍ଟ୍ରୋବୋଟିକ ଟେକ୍ନୋଲୋଜିର ମିଶନ ନିର୍ଦ୍ଦେଶକ ଶରଦ ଭାସ୍କରନ ପରିଚାଳନା କରୁଛନ୍ତି।

Share