ଥରିଲା ମେକ୍ସିକୋ

ୱାଶିଂଟନ,୨୦।୯: ଆମେରିକାର ମେକ୍ସିକୋରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୬ ବୋଲି ଜଣାପଡିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ସ୍ଥାନୀୟ ସମୟ ଅପରାହ୍ନ ୧ଟା ସମୟରେ ଏହି ଭୂକମ୍ପ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ସୂଚନା ଦେଇଛନ୍ତି। ଅନେକ କୋଠାଘର ଭୁଶୁଡି ପଡିଛି। ମେକ୍ସିକୋ ସିଟି ବାସିନ୍ଦା ନିଜର ସୁରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ।
ଭୂକମ୍ପର କେନ୍ଦ୍ରସ୍ଥଳ ଆକ୍ୱିଲା ଠାରୁ ୩୭ କିଲୋମିଟର ଦକ୍ଷିଣ-ପୂର୍ବରେ, କୋଲିମା ଏବଂ ମାଇକୋଚାନ ରାଜ୍ୟ ସୀମା ନିକଟରେ ୧୫.୧ କିଲୋମିଟର ଗଭୀରରେ ସୃଷ୍ଟି ହୋଇଥିଲା।

Share