ଏହି ଦେଶରେ ମହଙ୍ଗା ହେବ କରୋନା ଟିକା, ଦାମ୍‌ ରହିଛି…

ଓ୍ବାଶିଂଟନ୍‌,୨୯ା୭: ଆମେରିକାରେ ପ୍ରସ୍ତୁତ କରାଯାଇଥିବା କରୋନା ଭାଇରସ୍‌ର ଟିକା ମହଙ୍ଗା ଦରରେ ମିଳିବ। ଫାଇନାନ୍‌ସିଆଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଆମେରିକା କମ୍ପାନୀ ମଡର୍ନା ଏହାର ଭ୍ୟାକ୍‌ସିନ୍‌ ବା ଟିକାର ଗୋଟିଏ କୋର୍ସକୁ ୩୭୦୦ରୁ ୪୫୦୦ ଟଙ୍କା ପର୍ଯ୍ୟନ୍ତ ବିକିବାକୁ ଯୋଜନା କରିଛି। ମଡର୍ନା ଟିକାର ପ୍ରସ୍ତାବିତ ମୂଲ୍ୟ Pfizer ଏବଂ BioNTech କରୋନା ଟିକା ମୂଲ୍ୟଠାରୁ ୮୦୦ ଟଙ୍କା ଅଧିକ ରହିଛି।


ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀ ନିଜ ଟିକାର ମୂଲ୍ୟ ୩୭୦୦ରୁ ୪୫୦୦ ପର୍ଯ୍ୟନ୍ତ ମୂଲ୍ୟ ଧାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ଆମେରିକା Pfizer ଏବଂ ଜର୍ମାନ ସହଭାଗୀ Pfizerର ଟିକା ପାଇଁ ପ୍ରାୟ ୧୫୦୦୦ କୋଟି ଟଙ୍କା ଡିଲ୍‌ ହୋଇଛି। ଏହି ଟିକା ପ୍ରାୟ ୫ କୋଟି ଲୋକଙ୍କୁ ଦିଆଯିବାର ଯୋଜନା ରହିଛି। ଯଦି ଶେଷ ପରୀକ୍ଷଣରେ ଏହି ଟିକା ପ୍ରଭାବଶାଳୀ ଏବଂ ସୁରକ୍ଷିତ ହେବ ତେବେ ଲୋକମାନଙ୍କୁ ଏହା ଦିଆଯିବ।


ଆମେରିକା ଏବଂ ଅନ୍ୟାନ୍ୟ ଉଚ୍ଚ ଆୟକାରୀ ଦେଶରୁ ଟିକା ଦେବା ପାଇଁ ମଡର୍ନା ୩୭୦୦ରୁ ୪୫୦୦ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିବାକୁ ଚିନ୍ତା କରୁଛି। କମ୍ପାନୀ ମୁଖପାତ୍ର କହିଛନ୍ତି, ଟିକା ଯୋଗାଇବା ପାଇଁ ଆମେରିକା ସରକାରଙ୍କ ସହ ଆଲୋଚନା ଚାଲିଛି। ତେବେ ମୁଖପାତ୍ର ଗୋପନୀୟତା ଦର୍ଶାଇ ମୂଲ୍ୟ ନିଶ୍ଚିତ କରିନାହାନ୍ତି।
ଟିକା ପ୍ରସ୍ତୁତ ପାଇଁ ଆମେରିକା ପକ୍ଷରୁ ଦ୍ରୁତ ଅଭିଯାନ ଆରମ୍ଭ କରାଯାଇଛି। ଏହି ଟିକା ପ୍ରସ୍ତୁତ ପାଇଁ ମଡର୍ନା କମ୍ପାନୀକୁ ୭୪୭୬ କୋଟି ଟଙ୍କା ପାଣ୍ଠି ମଧ୍ୟ ଦେଇଛି।

Share