ମଣିପୁରରେ ହୋଇନି ଧାର୍ମିକ ହିଂସା, ଆମେରିକାର ଥିଙ୍କ୍‌ ଟ୍ୟାଙ୍କ୍‌ କହିଲା ହିଂସାର କାରଣ

ଓ୍ବାଶିଂଟନ୍‌,୨୫।୮: ମଣିପୁରରେ ଧାର୍ମିକ ହିଂସା ହେବାର କୌଣସି ପ୍ରମାଣ ନାହିଁ। ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି ଆମେରିକାର ଥିଙ୍କ ଟ୍ୟାଙ୍କ। ରିପୋର୍ଟରେ ଦର୍ଶାଯାଇଛି ଯେ ହିଂସା ହେବାର କାରଣ ପାରସ୍ପରିକ ଅବିଶ୍ୱାସ, ଅର୍ଥନୀତିର ପ୍ରଭାବ, ନିଶା ସେବନ ଏବଂ ବିଦ୍ରୋହ। ଗତ ସପ୍ତାହରେ ଫାଉଣ୍ଡେସନ ଫର ଇଣ୍ଡିଆ ଏବଂ ଇଣ୍ଡିଆନ ଡାଏସପୋରା ଷ୍ଟଡିଜ ଦ୍ୱାରା ଏହି ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ମଣିପୁରରେ ଶାନ୍ତି ଫେରାଇ ଆଣିବା ଏବଂ ଲୋକଙ୍କୁ ନିରାପତ୍ତା ଯୋଗାଇବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି। ଜନଜାତିଙ୍କ ମଧ୍ୟରେ ଧାର୍ମିକ ପୋଲାରାଇଜେସନ ଅଛି, କିନ୍ତୁ ଧାର୍ମିକ ହିଂସା ହେବାର କୌଣସି ପ୍ରମାଣ ନାହିଁ। ଏହା ଜାତିଗତ ବିବାଦ, ଐତିହାସିକ ଅବିଶ୍ୱାସ ଏବଂ ଜନଜାତିଙ୍କ ମଧ୍ୟରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା। ଯଦିଓ ହିଂସା ଏବଂ ବିରୋଧ ହ୍ରାସ ପାଇଛି, ତଥାପି ଲୋକ ଏବଂ ଲୋକଙ୍କ ମଧ୍ୟରେ ଅବିଶ୍ୱାସ ରହିଛି। ଯେଉଁମାନେ ଦଙ୍ଗା ଯୋଗୁ ମଣିପୁରରୁ ଅନ୍ୟ ସ୍ଥାନକୁ ଯାଇଛନ୍ତି ସେମାନେ ଘରକୁ ଫେରିବାରେ ଅସହଜ ମନେ କରୁଛନ୍ତି।

Share