ଆମେରିକାରେ ତୁଷାରପାତ, ୧୦୦୦ରୁ ଅଧିକ ଉଡାଣ ବାତିଲ

ୱାଶିଂଟନ,୩୧ ।୧: ଆମେରିକାରେ ବରଫ ଝଡ଼ ଫଳରେ ବିମାନ ସେବା ଖୁବ୍ ପ୍ରଭାବିତ ହୋଇଛି । ଏଥିପାଇଁ ୧୦୦୦ରୁ ଅଧିକ ବିମାନ ଉଡାଣ ଉପରେ ଖରାପ ପ୍ରଭାବ ପଡିଛି । ଆମେରିକା ଏୟାର ଲାଇନ୍ସ ୱିଣ୍ଟର ଷ୍ଟର୍ମ ଯୋଗୁ ସୋମବାର ୩୦ ଜାନୁୟାରୀରେ ୧୦୦୦ ରୁ ଅଧିକ ଉଡାଣକୁ ରଦ୍ଦ କରି ଦେଇଛି । ଏଥିମଧ୍ୟରୁ ଅଧା ଫ୍ଲାଇଟ ସାଉଥୱେଷ୍ଟ ଏୟାରଲାଇନ୍ସର ।
ଫ୍ଲାଇଟ-ଟ୍ରାକିଂ ସର୍ଭିସ ଫ୍ଲାଇଟଓଭର ଅନୁଯାୟୀ, ସୋମବାର ସନ୍ଧ୍ୟା ୬ଟାରେ ଆମେରିକାରେ ପ୍ରାୟ ୧,୦୧୯ ଉଡାଣକୁ ବାତିଲ କରାଯାଇଛି ।
ସାଉଥୱେଷ୍ଟ ଏୟାରଲାଇନ୍ସ କମ୍ପାନୀ ସୋମବାର ସିଡ୍ୟୁଲର ପ୍ରାୟ ୧୨ ପ୍ରତିଶତ ଉଡାଣକୁ ରଦ୍ଦ କରିଦେଇଛି । ଏପଟେ ଆମେରିକାନ ଏୟାରଲାଇନ୍ସ ଗ୍ରୁପ ଇଙ୍କ ୬ ପ୍ରତିଶତ ଅର୍ଥାତ୍ ୨୦୦ ଉଡାଣକୁ ରଦ୍ଦ କରି ଦେଇଛି । ମଙ୍ଗଳବାର ପାଇଁ ଆମେରିକାର ଘରୋଇ ଓ ବିଦେଶୀ ୭୯୭ ଉଡାଣକୁ ରଦ୍ଦ କରି ଦିଆଯାଇଛି ।

Share