ଓ୍ବାଶିଂଟନ୍,୨୬।୮: ଆମେରିକାର ସାମୁଦ୍ରିକ କର୍ପସ ଏଫ୍ / ଏ-୧୮ ହର୍ନେଟ ଯୁଦ୍ଧ ବିମାନର ପାଇଲଟଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ରାତିରେ ସାନ ଡିଏଗୋ ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ କେବଳ ପାଇଲଟ ଥିଲେ।
ଉତ୍ତର କାରୋଲିନାରେ ଥିବା ଦ୍ୱିତୀୟ ସାମୁଦ୍ରିକ ବିମାନ ୱିଙ୍ଗ ଏବଂ ସାମୁଦ୍ରିକ କର୍ପସ ଏୟାର ଷ୍ଟେଶନ ଚେରି ପଏଣ୍ଟ ଏହି ଦୁର୍ଘଟଣା ସମ୍ପର୍କରେ ବିବୃତ୍ତି ଜାରି କରିଛି। ଏଥିରେ କୁହାଯାଇଛି, ବିମାନ ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ପାଇଲଟଙ୍କ ମୃତଦେହ ମିଳିଥିଲା, ଯାହା ପରେ ତାଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଅଧିକାରୀମାନେ ପାଇଲଟଙ୍କ ମୃତ୍ୟୁଙ୍କୁ ନେଇ ପରିବାରକୁ ସମବେଦନା ଜଣାଇଛନ୍ତି।