ୱାଶିଂଟନ,୩୧ ।୧: ଆମେରିକାର ବାଇଡେନ ପ୍ରଶାସନ ଦେଶରେ ଲାଗୁ କରାଯାଇଥିବା କୋଭିଡ ପବ୍ଲିକ ହେଲ୍ଥ ଏମରଜେନ୍ସି ଓ ନ୍ୟାଶନାଲ ଏମରଜେନ୍ସିକୁ ଶେଷ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆମେରିକା ସରକାର ଘୋଷଣା କରିଛନ୍ତି କି ୧୧ ମେ’ରେ ଦେଶରେ ଲାଗୁ କରାଯାଇଥିବା ଏହି ଦୁଇଟି ଏମରଜେନ୍ସିକୁ ଶେଷ କରି ଦିଆଯିବ । କରୋନା ମହାମାରୀର ସାମ୍ନା କରିବାକୁ ୨୦୨୦ରେ ତତ୍କାଳିନ ଡୋନାଲ୍ଡ ଟ୍ରମ୍ଫ ସରକାର ଏହି ଏମରଜେନ୍ସି ଲାଗୁ କରିଥିଲେ । ସୂଚନାଯୋଗ୍ୟ, ହାଉସ ଅଫ ରିପବ୍ଲିକାନ ଲେଜିସଲେଶନ ଦାବି କରିଥିଲା କି କୋଭିଡ ଏମରଜେନ୍ସି ତୁରନ୍ତ ଶେଷ କରାଯାଉ ହେଲେ ବିରୋଧିଙ୍କ ଦାବି ନ ମାନି ସରକାର ଏମରଜେନ୍ସି ଶେଷ କରିବାର ତାରିଖ ୧୧ ମେ ସ୍ଥିର କରିଛନ୍ତି ।
ଆମେରିକାର ହେଲ୍ଥ ଆଣ୍ଡ ଇମ୍ୟୁନ ସର୍ଭିିସେଜ ଡିପାର୍ଟମେଣ୍ଟ ଦାବି କରିଛି କି ରାଜ୍ୟରେ ଏମରଜେନ୍ସି ଶେଷ ହେବାର ୬୦ ଦିନ ଆଗରୁ ନୋଟିସ ଦେବ, ଯେଉଁଥିରେ ରାଜ୍ୟ ତା’ର ହେଲ୍ଥ କେୟାର ସିଷ୍ଟମକୁ ପୁଣିଥରେ ପ୍ରସ୍ତୁତ କରିନେବ । ସୂଚନାଯୋଗ୍ୟ, ଆମେରିକାରେ କୋଭିଡ ଏମରଜେନ୍ସି ଲାଗୁ ହେବା ପରେ ୯୦ ଦିନ ପରେ ଏହାକୁ ବଢାଇ ଦିଆଯାଉଥିଲା । ଯେମିତି ଆମେରିକାରେ କରୋନାର ନୂଆ ଭାରିଏଣ୍ଟ ଦେଖାଯାଉଥିଲା ସେମିତି ହେଲ୍ଥ ଏମରଜେନ୍ସିକୁ ବଢାଇ ଦିଆଯାଉଥିଲା । ଏବେ ଆମେରିକାରେ କୋଭିଡ ସ୍ଥିତି ସ୍ଥିର ରହିଥିବା ବେଳେ ନିୟନ୍ତ୍ରଣରେ ଥିବାରୁ ସରକାର ଏବେ ଏହି ଏମରଜେନ୍ସିକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ।