ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କଲା ଆମେରିକା

ୱାଶିଂଟନ,୨୧।୧୧: ଜି-୨୦ ଶିଖର ସମ୍ମିଳନୀରେ ଭାରତର ଅଂଶଗ୍ରହଣ ପାଇଁ ଆମେରିକା ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛି। ହ୍ବାଇଟ ହାଉସର ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ଜୋନାଥନ ଫାଇନର ମୋଦିଙ୍କୁ ପ୍ରଶଂସା କରି କହିଛନ୍ତି, ଜି-୨୦ ଶିଖର ସମ୍ମିଳନୀରେ ମିଳିତ ବିବୃତ୍ତିରେ ସହମତି ପ୍ରକାଶ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ନିକଟରେ ସମାପ୍ତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଭାରତର ଭୂମିକାକୁ ପ୍ରଶଂସା କରାଯାଉଛି। ଏହାପୂର୍ବରୁ ଆମେରିକା ଏକ ବିବୃତ୍ତି ଜାରି କରି ଭାରତକୁ ପ୍ରଶଂସା କରିଥିଲା।
ନିକଟରେ ଇଣ୍ଡୋନେସିଆର ବାଲିରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା। ୧୫ ଏବଂ ୧୬ ନଭେମ୍ବରରେ ଆୟୋଜିତ ଏହି ଶିଖର ସମ୍ମିଳନୀରେ ବହୁ ଦେଶର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ ସମେତ ଅନ୍ୟ ନେତାମାନଙ୍କୁ ମଧ୍ୟ ଭେଟିଥିଲେ। ଜି-୨୦ର ପରବର୍ତ୍ତୀ ଶିଖର ସମ୍ମିଳନୀ ୨୦୨୩ରେ ଭାରତରେ ଅନୁଷ୍ଠିତ ହେବ।

Share