ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ବାଇଡେନ, ନେତାନ୍ୟାହୁଙ୍କୁ କଲେ ଆଲିଙ୍ଗନ

ଜେରୁଜେଲମ,୧୮।୧୦: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ମଙ୍ଗଳବାର ଗାଜା ପଟ୍ଟିରେ ଅଲ-ଅହଲି ହସ୍ପିଟାଲରେ ଏୟାର ଷ୍ଟ୍ରାଇକ ହୋଇଛି। ଏଥିରେ ଅତି କମରେ ୫୦୦ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।
ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ଇସ୍ରାଏଲ ପହଞ୍ଚିଛନ୍ତି।ଏହି ସମୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଜନାମିନ ନେତାନ୍ୟାହୁ ଇସ୍ରାଏଲ ଗସ୍ତରେ ଆସିଥିବାରୁ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ସ୍ବାଗତ କରିବା ସହ କହିଛନ୍ତି, ଆଜି କାଲଇ ଓ ସବୁବେଳେ ଇସ୍ରାଏଲ ସହ ଥିବାରୁ ଆପଣଙ୍କୁ ଧନ୍ୟବାଦ।
ତେଲ ଆଭିଭରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଅକ୍ଟୋବର ୭ରେ, ହମାସ ଗୋଟିଏ ଦିନରେ ୧୪୦୦ ଇସ୍ରାଏଲୀୟଙ୍କୁ ହତ୍ୟା କଲା … ଅକ୍ଟୋବର ୭, ଅନ୍ୟ ଏକ ଦିନ, ଯାହା ସବୁବେଳେ ବଦନାମ ଦିନ ଭାବେ ପରିଚିତ ହେବ। ରାଷ୍ଟ୍ରପତି ମହୋଦୟ ଆପଣ ଠିକ କହିଛନ୍ତି, ହମାସ ଆଇଏସ ଅପେକ୍ଷା ଅତ୍ୟନ୍ତ ଖରାପ। ହମାସକୁ ହରାଇବାକୁ ସଭ୍ୟ ବିଶ୍ୱକୁ ଏକଜୁଟ ହେବା ଆବଶ୍ୟକ।

Share