Categories: ଖେଳ

ଅଣ୍ଡର-୧୯ ବିଶ୍ୱକପ୍‌ ଲାଗି ଯୋଗ୍ୟତା ହାସଲ କଲା ଆମେରିକା

ନୂଆଦିଲ୍ଲୀ,୧୯।୮: ଆସନ୍ତା ବର୍ଷ ଶ୍ରୀଲଙ୍କାରେ ହେବାକୁ ଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପ୍‌ ଲାଗି ଆମେରିକା ଯୋଗ୍ୟତା ହାସଲ କରିଛି। ଯୋଗ୍ୟତା ପ୍ରତିଯୋଗିତାର ୬ ମ୍ୟାଚ୍‌ରୁ ୫ ମ୍ୟାଚ୍‌ରେ ବିଜେତା ହୋଇ ଦଳ ଶୀର୍ଷ ସ୍ଥାନ ହାସଲ କରିଥିଲା। ତେବେ କାନାଡାର ଆମେରିକା ସହ ସମାନ ଅଙ୍କ(୧୦) ଥିଲେ ହେଁ ନେଟ ରନ୍‌ରେଟ୍‌ ମାମଲାରେ ଦଳ ପଛରେ ରହିଛି।

କହିରଖୁଛୁ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଲାଂଦେଶ, ଇଂଲଣ୍ଡ, ଭାରତ,ଆୟର୍ଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା,ଶ୍ରୀଲଙ୍କା, ଓ୍ବେଷ୍ଟଇଣ୍ଡିଜ ଏବଂ ଜିମ୍ବାଓ୍ବେ ଦଳ ୨୦୨୨ରେ ଭଲ ପ୍ରଦର୍ଶନ କରି ପୂର୍ବରୁ ବିଶ୍ୱକପ୍‌ ଲାଗି ସ୍ଥାନ ପକ୍କା କରିଛନ୍ତି।

Share