ରୁଷିଆକୁ ଡ୍ରୋନ ନ ଦେବାକୁ ଇରାନକୁ ମନା କଲା ଆମେରିକା…

ଓ୍ବାଶିଂଟନ,୧୬।୮ : ୱାଶିଂଟନ ଏବଂ ତେହେରାନ ମଧ୍ୟରେ ବଢୁଥିବା ତିକ୍ତତାକୁ କମାଇବା ପାଇଁ ବ୍ୟାପକ ଲିଖିତ ବୁଝାମଣା ଉପରେ ଆଲୋଚନାର ଏକ ଅଂଶ ଭାବରେ ଆମେରିକା ରୁଷିଆକୁ ସଶସ୍ତ୍ର ଡ୍ରୋନ ବିକ୍ରୟ ବନ୍ଦ କରିବା ଲାଗି ଇରାନକୁ ମନା କରିଛି। ବୁଧବାର ଫାଇନାନ୍ସିଆଲ ଟାଇମ୍ସରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି।

ୟୁକ୍ରେନ ଯୁଦ୍ଧରେ ମସ୍କୋ ବ୍ୟବହାର କରୁଥିବା ସଶସ୍ତ୍ର ଡ୍ରୋନ ବିକ୍ରୟ ବନ୍ଦ କରିବା ସହିତ ମାନବ ବିହୀନ ବିମାନ ପାଇଁ ସ୍ପେୟାର ପାର୍ଟସ ଯୋଗାଣ ବନ୍ଦ କରିବାକୁ ଆମେରିକା ଇରାନ ଉପରେ ଚାପ ପକାଉଛି ବୋଲି ଇରାନର ଜଣେ ଅଧିକାରୀ କହିଥିବା ରିପୋର୍ଟରେ ଦର୍ଶାଯାଇଛି।

ହ୍ବାଇଟ ହାଉସ ଏବଂ ଇରାନର ବୈଦେଶିକ ମନ୍ତ୍ରଣାଳୟ ମତାମତ ପାଇଁ ରଏଟର୍ସ ପକ୍ଷରୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏନେଇ କୌଣସି ସୂଚନା ମିଳି ପାରି ନାହିଁ।

ୱାଶିଂଟନ ଏବଂ ଇରାନ ଉତ୍ତେଜନାକୁ ହ୍ରାସ କରିବାକୁ ଏବଂ ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ବ୍ୟାପକ ଆଲୋଚନାକୁ କରାଯିବା ଊପରେ ଗୁରୁତ୍ୱାରୋପ କରାଯାଉଥିବା ବେଳେ ଏହି ଖବର ଆସିଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ବଢୁଥିବା ଆଣବିକ ବିପଦକୁ ହ୍ରାସ କରିବା ପାଇଁ ଇରାନର ଯେ କୌଣସି ପଦକ୍ଷେପକୁ ସେ ସ୍ବାଗତ କରିବେ।

ଗତ ସପ୍ତାହରେ କଏଦୀ ବିନିମୟ ଚୁକ୍ତି ଉପରେ ହୋଇଥିବା ଆଲୋଚନା ସହିତ ଏହି ଆଲୋଚନା ମଧ୍ୟ ହୋଇଛି ବୋଲି ଖବରକାଗଜରେ କୁହାଯାଇଛି। ଇରାନରେ ବନ୍ଦୀ ହୋଇଥିବା ଚାରିଜଣ ଆମେରିକୀୟ ନାଗରିକଙ୍କୁ ତେହେରାନର ଇଭିନ ଜେଲରୁ ନଜରବନ୍ଦ କରିବାକୁ ଅନୁମତି ଦେଇଥିବାବେଳେ ପଞ୍ଚମ ବ୍ୟକ୍ତି ଜଣକ ପୂର୍ବରୁ ବନ୍ଦୀ ଅବସ୍ଥାରେ ଥିଲେ।

ଗତ ସପ୍ତାହରେ, ରଏଟର୍ସକୁ ସୂତ୍ରରୁ ପ୍ରକାଶ ଦକ୍ଷିଣ କୋରିଆରେ ୬ ବିଲିୟନ ଡଲାରର ଫ୍ରିଜ୍‌ ହୋଇଥିବା ଇରାନ ପାଣ୍ଠିକୁ ମୁକ୍ତ ହେବା ପାଇଁ ଏକ ଚୁକ୍ତିନାମାର ଅଂଶ ଭାବରେ ଇରାନ ଗିରଫ ହୋଇଥିବା ପାଞ୍ଚ ଜଣ ଆମେରିକୀୟ ନାଗରିକଙ୍କୁ ମୁକ୍ତ କରିବ।

Share