ଛତୁ ଦ୍ୱାରା ହେବ ମାନସିକ ରୋଗର ଚିକିତ୍ସା, କାନାଡା ସମେତ ଅନେକ ଦେଶ ଏହି ଚିକିତ୍ସା ଉପରେ ଦେଲେ ମଞ୍ଜୁରୀ

ଓ୍ବାଶିଂଟନ୍‌,୭।୧୦: ମସରୁମ(ଛତୁ) ମାନସିକ ରୋଗ ଭଲ କରିବାରେ ସହାୟକ ହୋଇପାରେ। ଏଥିରେ ମିଳୁଥିବା ମୁଖ୍ୟ ଉପାଦାନ ସିଲୋସାଇବିନ, ମାଇକ୍ରୋ-ଡୋଜିଂ ମାଧ୍ୟମରେ ମାନସିକ ରୋଗର ଚିକିତ୍ସା କରାଯାଇପାରିବ।
ଦକ୍ଷିଣ ଡେନମାର୍କ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏହି ପ୍ରସଙ୍ଗରେ ଅନୁସନ୍ଧାନ କରି ନୂଆ ତଥ୍ୟ ପାଇଥିଲେ। ଏହି ଅନୁସନ୍ଧାନ ନିକଟରେ ପ୍ରକୃତି ପତ୍ରିକାର ମଲିକୁଲାର ସାଇକିଆଟ୍ରିରେ ପ୍ରକାଶିତ ହୋଇଛି। ସିଲୋସାଇବିନ ବହୁ ପୂର୍ବରୁ ଏକ କ୍ଲାସିକ ସାଇଚେଡେଲିକ ପଦାର୍ଥ ମନୋଚିକିତ୍ସା କ୍ଷେତ୍ରରେ ସୀକୃତିପ୍ରାପ୍ତ।
ଗତ କିଛି ବର୍ଷ ଧରି ଏହି ଅନୁସନ୍ଧାନରେ ନିୟୋଜିତ ଥିବା ମାଇକେଲ ପାଲନର୍‌ କହିଛନ୍ତି, ନେଦରଲ୍ୟାଣ୍ଡ୍ସ, ଅଷ୍ଟ୍ରେଲିଆ, ଆମେରିକା ଓ କାନାଡା ପରି ଦେଶ ସିଲୋସାଇବିନକୁ ମାନସିକ ଚିକିତ୍ସା କ୍ଷେତ୍ରରେ ପ୍ରୟୋଗ କରିବା ପାଇଁ ଅନୁମୋଦନ କରିଛନ୍ତି।

Share