ଆମେରକାରେ ଗୃହଯୁଦ୍ଧରେ ହୋଇଥିବା ନରସଂହାରରେ ଦୋଷୀ କର୍ଣ୍ଣେଲଙ୍କୁ ୨୦ବର୍ଷର ଦଣ୍ଡ ଶୁଣାଇଲେ ବିଚାରପତି

ଓ୍ବାଶିଂଟନ୍‌,୨୫।୮: ପ୍ରାୟ ୪୦ ବର୍ଷ ପୂର୍ବେ ଗୃହଯୁଦ୍ଧରେ ୨୫ଜଣ ଆଦିବାସୀଙ୍କୁ ହତ୍ୟା କରିଥିଲେ ଅବସରପ୍ରାପ୍ତ ଗୁଆଟେମାଲା କର୍ଣ୍ଣେଲ ଜୁଆନ ଓଭାଲେ ସାଲାଜର। ଏନେଇ ତାଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ହତ୍ୟାକାଣ୍ଡର ସେ ଅଧିକାଂଶ ଲୋକ ଶିଶୁଙ୍କୁ ହତ୍ୟା କରିଥିଲେ।

ଗୁଆଟେମାଲା ସିଟି କୋର୍ଟରେ ଏହି ଦଣ୍ଡାଦେଶ ଶୁଣାଣି କରିଥିଲେ ଜଜ ୱାଲ୍ଟର ମାଜାରିଗୋସ। ସେ କହିଛନ୍ତି, ଗୃହଯୁଦ୍ଧରେ ଜଡିତ ଆମେରିକାର ସାମରିକ ତଥା ପ୍ରତିରକ୍ଷା ବିଭାଗର ଅନ୍ୟ ୮ଜଣ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ଦଣ୍ଡ ବିରୋଧରେ ପିଟିଶନ ଦାଖଲ କରିବାକୁ ତାଙ୍କୁ ସେପ୍ଟେମ୍ବର ୫ ରୁ ୧୦ଯାଏଁ ସମୟ ଦିଆଯାଇଛି।

Share