ଭାରତୀୟ ବଂଶୋଦ୍ଭବ ପୋଲିସ ଅଧିକାରୀଙ୍କ ନାମରେ ରଖାଗଲା ଆମେରିକାରେ ଏକ ରାଜପଥର ନାମ, ଗୁଳିମାଡରେ ହୋଇଥିଲା ମୃତ୍ୟୁ

ଓ୍ବାଶିଂଟନ୍‌,୫।୯: ଆମେରିକାର କାଲିଫର୍ନିଆ ରାଜ୍ୟରେ ଏକ ରାଜପଥର ନାମ ପରିବର୍ତ୍ତନ କରାଯାଇ ସ୍ବର୍ଗତ ଭାରତୀୟ ବଂଶୋଦ୍ଭବ ପୋଲିସ ଅଧିକାରୀ ରୋନିଲ ସିଂଙ୍କ ନାମରେ ନାମିତ କରାଯାଇଛି। ୨୦୧୮ରେ, ୩୩ ବର୍ଷିୟ ରୋନିଲଙ୍କୁ ଜଣେ ଅବୈଧ ପ୍ରବାସୀ ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ। ନ୍ୟୁମେନରେ ରାଜମାର୍ଗ ୩୩କୁ ଶହୀଦ ରୋନିଲ ସିଂଙ୍କୁ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି।

ରାଜପଥ ୩୩ ଏବଂ ଷ୍ଟୁହାର ରାସ୍ତାରେ ‘କର୍ପୋରେଟର ରୋନିଲ ସିଂ ମେମୋରିଆଲ ହାଇୱେ’ ନାମରେ ଏକ ବୋର୍ଡ ଲଗାଯାଇଛି। ଫିଜି ନିବାସୀ ରୋନିଲ ସିଂ ଜୁଲାଇ ୨୦୧୧ରେ ପୋଲିସ ଫୋର୍ସରେ ଯୋଗ ଦେଇଥିଲେ। ୨୬ ଡିସେମ୍ବର ୨୦୧୮ରେ ଜଣେ ମଦ୍ୟପ ଡ୍ରାଇଭର ତାଙ୍କୁ ଗୁଳି କରି ହତ୍ୟା କରିଥିଲା।

ତିନି ଦିନ ଧରି ତାଙ୍କ ହତ୍ୟାକାରୀଙ୍କୁ ଖୋଜା ଯାଇଥିଲା। ପରେ ହତ୍ୟାକାରୀ ପାଉଲୋ ଭର୍ଜେନ ମେଣ୍ଡୋଜା କର୍ଣ୍ଣ ଜିଲାର ଜଣେ ସମ୍ପର୍କୀୟଙ୍କ ଘରେ ଧରାପଡିଥିଲେ। ସିଂଙ୍କ ହତ୍ୟା ପାଇଁ ତାଙ୍କୁ ନଭେମ୍ବର ୨୦୨୦ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସିନେଟର ଅଲଭାରାଡୋ ଗିଲ ସୋସିଆଲ ମିଡିଆ ପୋଷ୍ଟରେ ରୋନେଲଙ୍କ ଉପରେ ଲେଖିଛନ୍ତି, ‘ନ୍ୟୁମାନ ସମ୍ପ୍ରଦାୟ ସ୍ବର୍ଗତ ରୋନେଲ ସିଂଙ୍କୁ ଅନ୍ୟମାନଙ୍କୁ ସୁରକ୍ଷା ଦେବା ପାଇଁ ନିଜ ଜୀବନକୁ ବିପଦରେ ପକାଇଥିଲେ। ତାଙ୍କ ଉତ୍ସର୍ଗୀକୃତ ତଥା ପ୍ରତିବଦ୍ଧତା ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ସିଂ ସବୁବେଳେ ଆମ ପାଇଁ ହିରୋ ରହିବେ।

Share