କାର୍‌ ଦୁର୍ଘଟଣାର ଶିକାର ହେଲେ ରୋନ ଡେସାଣ୍ଟିସ

ଓ୍ବାଶିଂଟନ୍‌,୨୬।୭: ଫ୍ଲୋରିଡା ଗଭର୍ନର ଏବଂ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ରୋନ ଡେସାଣ୍ଟିସ ଏକ କାର୍‌ ଦୁର୍ଘଟଣାର ଶିକାର ହୋଇଛନ୍ତି। ତେବେ ସେ ଏହି ଦୁର୍ଘଟଣାରେ କୌଣସି ଆଘାତ ପାଇନାହାଁନ୍ତି। ମଙ୍ଗଳବାର ଟେନେସିର ଚାଟାନୋଗାରେ ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଦୁର୍ଘଟଣା ସମ୍ମୁଖୀନ ହୋଇଥିବା ନେଇ ରୋନ ଡେସାଣ୍ଟିସଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି।

ଖୁସିର କଥା ସେ ଏବଂ ତାଙ୍କ ଦଳ ସୁରକ୍ଷିତ ଅଛନ୍ତି। ୪୪ ବର୍ଷୀୟ ଡେସାଣ୍ଟିସ ୨୦୨୪ ଆମେରିକୀୟ ନିର୍ବାଚନରେ ରିପବ୍ଲିକାନ ପ୍ରତିଯୋଗିତାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଖ୍ୟ ଚ୍ୟାଲେଞ୍ଜର୍‌ ଭାବରେ ବିବେଚନା କରାଯାଉଛି। ସୂଚନା ଅନୁଯାୟୀ, ଯଦି ଆଇନଗତ ସଙ୍କଟ କାରଣରୁ ଟ୍ରମ୍ପ ରାଷ୍ଟ୍ରପତି ଦୌଡ଼ରୁ ଓହରି ଯାଆନ୍ତି, ତେବେ ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ଭାବରେ ରୋନ ଡେସାଣ୍ଟିସଙ୍କ ସ୍ଥିତି ଅଧିକ ଶକ୍ତିଶାଳୀ ହୋଇପାରେ।

Share